www.samajalive.in
Sunday, December 7, 2025
23.1 C
Bhubaneswar

ଫୁଲବାଣୀରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍‌‌ ସରକାର

ଫୁଲବାଣୀ : କନ୍ଧମାଳ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୋଦୀ। କନ୍ଧମାଳ ଆସି ଯେଉଁ ଆଶୀର୍ବାଦ ମିଳିଛି ତାହା ଜୀବନରେ କେବେ ଭୁଲି ପାରିବିନି ବୋଲି କହିଛନ୍ତି ମୋଦୀ।ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ପାଟଖଣ୍ଡା ଓ ମା’ ନାରାୟଣୀଙ୍କୁ ପ୍ରଣାମ ଜଣାଇ ନିଜ ଅଭୀଭାଷଣ ଆରମ୍ଭ କରିବା କ୍ରମରେ ମାତୃଶକ୍ତିର ପ୍ରଶଂସା କରିଛନ୍ତି ।ଜନସଭା ଆରମ୍ଭରେ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିବା ବୃଦ୍ଧା ତୁଳା ଦେବୀ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ପ୍ରଧାନମନ୍ତ୍ରୀ। ଗତକାଲି ଭୁବନେଶ୍ୱରରେ ଭବ୍ୟ ରୋଡ ଶୋକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି।

ବିଜେପି ପ୍ରତି ବିପୁଳ ମାତ୍ରାରେ ଲୋକଙ୍କ ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ମୋତେ ଋଣୀ କରିଛି। ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ଫେରାଇବି ବୋଲି ମୋଦୀ କହିଛନ୍ତି। ଫୁଲବାଣୀରେ କଂଗ୍ରେସକୁ କଡା ସମାଲୋଚନା କରି ପାକିସ୍ତାନ ନିକଟରେ ପରମାଣୁ ବୋମା ଥିବା ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରସଙ୍ଗ ଏବଂ ୨୬/୧୧ ମୁମ୍ବଇ ଆକ୍ରମଣକୁ ନେଇ ସମାଲୋଚନା କରିଛନ୍ତି। ଏହାସହିତ ଓଡ଼ିଶାରେ ଡବଲ ଇଞ୍ଜିନ୍‌‌ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। ଆପଣଙ୍କ ଆଶୀର୍ବାଦରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ୍‌‌ ସରକାର ହେବ। ଏଥିପାଇଁ ଆପଣଙ୍କୁ ୨୧ ଲୋକସଭା ସାଂସଦ ପ୍ରାର୍ଥୀକୁ ସଂସଦ ପଠାଇବାକୁ ହେବ ଏବଂ ରାଜ୍ୟରେ ବିଜେପି ପ୍ରାର୍ଥୀ ଜିତାଇ ବିଧାନସଭା ପଠାଇବାକୁ ପଡିବ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଆୟୁଷ୍ମାନ ଯୋଜନା କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି।

- Advertisement -

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories