www.samajalive.in
Sunday, December 7, 2025
14.1 C
Bhubaneswar

ବନ୍ୟଜନ୍ତୁ ଆକ୍ରମଣରେ ଜଣେ ମୃତ ; ଗ୍ରାମବାସୀ କହିଲେ ବାଘ, ମିଳିନି ସ୍ପଷ୍ଟତା..

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ନିକଟସ୍ଥ ଧଣ୍ଡମୁଣ୍ଡା ଠାରୁ ଶୁକ୍ରବାର ସକାଳୁ ଗ୍ରାମର ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାନକୁଣ୍ଡା ଗ୍ରାମର ସାଦ ମୁଣ୍ଡା। ମୃତଦେହ ପଡ଼ିଥିବା ସ୍ଥାନ ଏବଂ ମୃତ ଦେହର ପାରିପାର୍ଶ୍ଵିକ ପରିସ୍ଥିତିରୁ ଗତ ରାତ୍ରିରେ କୌଣସି ବନ୍ୟ ଜନ୍ତୁ ଆକ୍ରମଣରେ ସାଦ ମୁଣ୍ଡାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ବାଘ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟି ଥିବା ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି।

ଦେଖନ୍ତୁ ଭିଡିଓ : କଇଁଛକୁ ଖୁଆଉଥିଲେ, ହଠାତ୍ ପାଣି ଭିତରୁ ବାହାରିଲା ଭୟଙ୍କର ଜୀବ, ଭୟରେ ଦୌଡିଲେ ଯୁବତୀ..

- Advertisement -

ଘଟଣାସ୍ଥଳକୁ ନାକଟିଦେଉଳ ବନାଞ୍ଚଳଧିକାରୀ ଅଶ୍ବିନୀ କୁମାର ବେହେରା ଏବଂ ନାକଟିଦେଉଳ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଛି। ସାଦ ମୁଣ୍ଡା ଗତ କାଲି ନିକଟସ୍ଥ ଜଙ୍ଗଲକୁ ପୋଢ଼ ଚରାଇବାକୁ ଯାଇ ଘରକୁ ଫେରି ନ ଥିଲେ। ସନ୍ଧ୍ୟାରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାକୁ ନ ପାଇ ଜଙ୍ଗଲରେ ରହି ଯାଇଥିବ ବୋଲି ଭାବି ଥିଲେ। ତେବେ ଆଜି ସକାଳୁ ପୁଣି ଥରେ ଖୋଜିବାକୁ ଯାଇ ଘର ଠାରୁ ପ୍ରାୟ ୩ ଶହ ମିଟର ଦୂରରେ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ପାଇଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories