www.samajalive.in
Saturday, December 13, 2025
18.1 C
Bhubaneswar

୭ ବର୍ଷ ଚାଲିବ ଏହି ଫୋନ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଗୁଗଲ ପିକ୍ସେଲ ନିଜ ସ୍ମାର୍ଟଫୋନ୍ ପିକ୍ସେଲ 8a ଲଞ୍ଚ୍ କରିଦେଇଛି । କମ୍ପାନୀର ଏହି ସ୍ମାର୍ଟଫୋନ୍ ୭ ବର୍ଷ ପର୍ଯ୍ୟନ୍ତ ଚାଲିବ । କାରଣ ଏଥିରେ ୭ ବର୍ଷର ସିକ୍ୟେରିଟି ଅପଡେଟ୍ ଏବଂ ଓଏସ୍ ଅପଗ୍ରେଡ୍ ମିଳିବ । ଅର୍ଥାତ୍ ୨-୩ ବର୍ଷରେ ହେଉଥିବା ସମସ୍ୟା ଯୋଗୁଁ ଆପଣଙ୍କୁ ଆଉ ଫୋନ୍ ବଦଳାଇବାକୁ ପଡିବନି । ଏହା ଏକ ପ୍ରିମିୟମ୍ ରେଞ୍ଜର ସ୍ମାର୍ଟଫୋନ୍ । ଗୁଗଲ ପିକ୍ସେଲ ୮ ଭଳି ଏହାକୁ ଡିଜାଇନ କରାଯାଇଛି । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ…

ଏହି ସ୍ମାର୍ଟଫୋନରେ ୬.୧ ଇଞ୍ଚର  ଏଫଏଚଡି ପ୍ଲସ୍ ଓଏଲଇଡି ଏଚଡିଆର ଡିସପ୍ଲେ ମିଳୁଛି । ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଏହାର ପିକ୍ ବ୍ରାଇଟନେସ୍ ୨୦୦୦ ନିଟ୍ସ ।  ସୁରକ୍ଷା ପାଇଁ ଏଥିରେ କର୍ଣ୍ଣିଂ ଗରିଲା ଗ୍ଲାସ୍ ୩ ଲଗାଯାଇଛି । ଏଥିରେ ଡୁଆଲ କ୍ୟାମେରା ସେଟଅପ୍ ରହିଛି ଯେଉଁଥିରେ ୬୪ ଏମପି ଏବଂ ୧୩ ଏମପିର କ୍ୟାମେରା ମିଳିବ । ସେଲ୍ଫି ପାଇଁ ଫୋନରେ ୧୩ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି । ଏଥିରେ ୪କେ ଭିଡିଓ ରେକର୍ଡ କରିହେବ । ଏହି ସ୍ମାର୍ଟଫୋନରେ ୭ ବର୍ଷର ଓଏସ୍ ଅପଗ୍ରେଡ୍ ଏବଂ ସିକ୍ୟେରିଟି ଅପଡେଟ୍ ମିଳିବ । ଅର୍ଥାତ୍ ଆପଣ ସର୍ବନିମ୍ନ ୭ ବର୍ଷ ଏହି ଫୋନକୁ ଚଲାଇପାରିବେ । ଏହାର ବର୍ଷେ ୨ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ ।

ଭାଲୁ ଗଛ ଚଢିବାରେ ଧୁରନ୍ଧର ! ଦେଖନ୍ତୁ ଏହି ଭାଇରାଲ ଭିଡିଓ

- Advertisement -

ଏଥିରେ ୪୪୯୨ ଏମଏଏଚର ବ୍ୟାଟେରୀ ମିଳିବ । ଫୋନରେ ୧୮ ଓ୍ବାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ କରେ । ଏହା ସହିତ ଫୋନରେ ଓ୍ବେୟାରଲେସ୍ ଫାଷ୍ଟ ଚାର୍ଜିଂର ମଧ୍ୟ ସପୋର୍ଟ ମିଳିବ । ଦାମ୍ କଥା କହିବା ତ ୮ ଜିବି ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୫୨,୯୯୯ ଟଙ୍କା ଥିବାବେଳେ ୮ ଏବଂ ୨୫୬ ଜିବି ଭେରିଏଣ୍ଟର ଦାମ୍ ୫୯,୯୯୯ ଟଙ୍କା ରଖିଛି କମ୍ପାନୀ । ମେ ୧୪ରୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରୁ ଏହାର ବିକ୍ରି ଆରମ୍ଭ ହେବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories