www.samajalive.in
Saturday, December 6, 2025
16.1 C
Bhubaneswar

ଚନ୍ଦ୍ରରେ ହେବ ଚାଷ; ଚାଲିଛି ଜୋରଦାର ପ୍ରସ୍ତୁତି

ସମାଜ ଡିଜିଟାଲ ଡେସ୍କ: ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ଚାଷ କରିବ ନାସା। ଏଥିପାଇଁ ଏକ ଅଭୁତପୂର୍ବ ପ୍ରୋଜେକ୍ଟ ଉପରେ କାମ କରୁଛି ଏହି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା, ଯାହା ମହାକାଶ ଗବେଷଣାରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ। ଏହି ପଦକ୍ଷେପ ଆଗାମୀ ୨୦୨୬ ଆର୍ଟିମିସ୍‌-୩ ମିଶନର ଅଂଶବିଶେଷ। ଏହି ମିଶନ୍‌ରେ ମନୁଷ୍ୟକୁ ପୁଣିଥରେ ଚନ୍ଦ୍ରପୃଷ୍ଠକୁ ପଠାଇବ ନାସା।

ଆର୍ଟିମିସ୍‌-୩ ମିଶନର ଅଂଶବିଶେଷ ଭାବେ ମହାକାଶଚାରୀମାନେ ଡକ୍‌ଓ୍ବିଡ୍‌ ଓ ଥେଲ୍‌ କ୍ରେସ୍‌ ସହିତ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଚାଷ ପାଇଁ ଚନ୍ଦ୍ର ପୃଷ୍ଠରେ ବିକାଶ ପ୍ରକୋଷ୍ଠ ସ୍ଥାପନ କରିବେ। ଏହି ଉଦ୍ଭିଦଗୁଡ଼ିକ ଚନ୍ଦ୍ର ପରିବେଶ ପାଇଁ ଅନୁକୂଳ ଏବଂ ନିରନ୍ତର ଖାଦ୍ୟ ଉତ୍ସ କ୍ଷମତା ଦେଖିି ସାବଧାନତାପୂର୍ବକ ଚୟନ କରାଯାଇଥାଏ।

- Advertisement -

ଡକ୍‌ଓ୍ବିଡ୍‌ ନିଜର ନମନୀୟତା ଓ ଶୀଘ୍ର ବଢପାରୁଥିବା ଗୁଣ ଯୋଗୁ ଜଣାଯାଏ। ଏହା ବହୁ ମାତ୍ରାରେ ଅମ୍ଳଜାନ ଓ ପ୍ରୋଟିନ୍ ପ୍ରଦାନ କରିଥାଏ। ଏସବୁ ଗୁଣ ପାଇଁ ଏହାକୁ ମହାକାଶରେ ଚାଷ ପାଇଁ ଉପଯୁକ୍ତ ଭାବି ଚୟନ କରାଯାଇଛି। ଜଳାଭାବ ଓ ପୋଷକ ତତ୍ତ୍ଵର ଅଭାବ ଭଳି ପ୍ରତିକୂଳ ପରିବେଶ ସତ୍ବେ ଥେଲ୍‌ କ୍ରେସ୍‌ ଚନ୍ଦ୍ରପୃଷ୍ଠରେ ବଢିବା ନେଇ ନିଜ କ୍ଷମତା ପ୍ରଦର୍ଶନ କରିଛି। ଏହା ବ୍ୟତୀତ ନାସା ବ୍ରେସିକା ରେପାର ଲାଲ୍ ଓ ସବୁଜ କିସମ ମଧ୍ୟ ଚନ୍ଦ୍ରପୃଷ୍ଠରେ ରୋପଣ କରିବାକୁ ଯୋଜନା କରିଛି, ଯାହା ସାଧାରଣତଃ ଓ୍ବିସ୍‌କନ୍‌ସିନ୍‌ ଫାଷ୍ଟ ଉଦ୍ଭିଦ ଭାବେ ପରିଚିତ। ଏହା ଦ୍ରୁତ ଜୀବନ ଚକ୍ର ସହ ମହାକାଶ ପରିବେଶ ଅନୁକୂଳ ହୋଇଥିବାରୁ ଏହାକୁ ଚୟନ କରାଯାଇଛି।

ଚୟନ କରାଯାଇଥିବା ଉଦ୍ଭିଦ ନମୁନାଗୁଡ଼ିକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ବିକାଶ ପ୍ରକୋଷ୍ଠ ମଧ୍ୟରେ ରଖାଯିବ, ଯାହା ସେମାନଙ୍କୁ କ୍ଷତିକାରକ ବିକିରଣରୁ ରକ୍ଷା କରିବ ଏବଂ ଉତ୍କୃଷ୍ଟ ବିକାଶ ସ୍ଥିତି ବଜାୟ ରଖିବ। ଏହି ଚ୍ୟାମ୍ବର ବା ପ୍ରକୋଷ୍ଠଗୁଡ଼ିକ ଉଦ୍ଭିଦର ବିଭିନ୍ନ ପ୍ରକ୍ରିୟାକୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କରିବାରେ ସହାୟକ ହେବ।

 

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories