www.samajalive.in
Monday, December 15, 2025
24.1 C
Bhubaneswar

ଆମେ ଯାହା କହୁ, ତାହା କରୁ: ରାଜନାଥ

ଭୁବନେଶ୍ବର : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ରାୟଗଡା ସଭାରେ ପହଞ୍ଚିଥିଲେ । ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ସେ ଲୋକଙ୍କୁ ଆହ୍ବାନ ଦେଇଥିଲେ । ଉଦବୋଧନରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ ରାଜନାଥ । ଏଥର ୨୧ରୁ ୨୧ରୁ ଲୋକସଭା ଆସନ ବିଜେପି ଜିତିବ ବୋଲି ମଧ୍ୟ ସେ କହିଥିଲେ  ।

ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ଭବାନୀପାଟଣା ଓ ପରେ ରାୟଗଡା ସଭାରେ ଯୋଗ ଦେଇ କର୍ମୀଙ୍କ ମନୋବଳ ବୃଦ୍ଧି କରିଥିଲେ । ଏହା ସହ ସେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ । ଅନେକ ବର୍ଷ ଧରି କଂଗ୍ରେସ ଶାସନ କଲା । କିନ୍ତୁ ଦେଶରୁ ଦାରିଦ୍ର୍ୟ ଦୂର କରିପାରିଲାନି । କିନ୍ତୁ ମୋଦୀ ସରକାର ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛି ବୋଲି ସେ କହିଥିଲେ । ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ରାଜନାଥ । ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଯୋଜନାର ସୁବିଧା ସମସ୍ତଙ୍କୁ ମିଳିବ ବୋଲି ସେ କହିଥିଲେ । ୩୭୦ ହଟାଇବାକୁ କହିଥିଲୁ ଏବଂ ପ୍ରତିଶ୍ରୁତି ପୂରଣ କଲୁ । ଅନ୍ୟ ସରକାର କେବଳ ଆଶ୍ବାସନା ଦିଅନ୍ତି, ପୂରଣ କରନ୍ତିନି । କିନ୍ତୁ ବିଜେପି ସରକାର ଯାହା କୁହେ, ତାହା କରେ ବୋଲି ସେ କହିଥିଲେ ।

ଭୁବନେଶ୍ବର ବିମାନବନ୍ଦରରୁ ୪ କେଜି ସୁନା ଜବତ

- Advertisement -

କରୋନା ସମୟରେ ଭାରତର ଦକ୍ଷତା ବଖାଣିଥିଲେ ରାଜନାଥ । ବୈଜ୍ଞାନିକଙ୍କ ସହ କଥା ହୋଇ ମୋଦି କରୋନା ଟିକା ପ୍ରସ୍ତୁତ କଲେ । ଆମ ଦେଶର ଲୋକେ ଟିକା ନେବା ସହ ବିଦେଶକୁ ପଠାଗଲା । ୨୦୦୪ରେ ଅର୍ଥନୀତିରେ ଭାରତର ଏକାଦଶ ସ୍ଥାନରେ ଥିଲା । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେଲୁ । ୨୦୨୭ରେ ଆମ ଦେଶ ଟପ୍ ଥ୍ରୀ ଭାବେ ଉଭା ହେବ । ଆମେରିକା, ଚୀନ୍ ପଛକୁ ତୃତୀୟ ସ୍ଥାନରେ ରହିବୁ ବୋଲି ସେ କହିଥିଲେ ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories