www.samajalive.in
Saturday, December 6, 2025
15.1 C
Bhubaneswar

ଟାୱାର ହେଲା ହେଲେ ନେଟୱାର୍କ ନାହିଁ, ଅଞ୍ଚଳବାସୀଙ୍କ ବ୍ଳକ ଅଫିସ୍‌‌ ଘେରାଉ

ଫୁଲବାଣୀ: ବାରମ୍ବାର ଲୋକଙ୍କ ଦାବି ଫଳରେ ଟାୱାର ନିର୍ମାଣ ହେଲା, କିନ୍ତୁ ନିର୍ମାଣ ହେବାର ଇତି ମଧ୍ୟରେ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ ନେଟୱାର୍କ ଆସୁନାହିଁ। ଏହାର ପ୍ରତିବାଦରେ ଆଜି ଅଚାନକ ଭାବେ କନ୍ଧମାଳ ଜିଲା କୋଟଗଡ଼଼ ବ୍ଳକ ଅନ୍ତର୍ଗତ ଓରା ପଞ୍ଚାୟତର ଅଧିବାସୀ ମାନେ ତୁରନ୍ତ ନେଟୱାର୍କ ଚାଲୁ କରିବା ଦାବି କରି ବ୍ଳକ ଅଫିସ୍‌‌ ଘେରାଉ କରିଥିଲେ। ଶହ ଶହ ସଂଖ୍ୟରେ ଅଞ୍ଚଳବାସୀ ବ୍ଳକ ଅଫିସ୍‌‌ ଘେରାଉ କରିବା ସହିତ ରାସ୍ତା ଅବରୋଧ ଯୋଗୁଁ ଉକ୍ତ ରାସ୍ତାଦେଇ ଯାନ ବାହାନ ଚଳାଚଳ ହୋଇ ପାରିନଥିଲା। ଦାବି ପୁରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଅଞ୍ଚଳବାସୀ ଜିଦ୍‌‌ ଧରିଥିବା ବେଳେ ଖବର ପାଇ ବ୍ଳକ ପ୍ରଶାସନ, ପୁଲିସ୍‌‌ ପ୍ରଶାସନ ଓ ଅନ୍ୟମାନେ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ବୁଝାସୁଝା କରିଥିବାର ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories