www.samajalive.in
Sunday, December 7, 2025
26.1 C
Bhubaneswar

୯୬୦ ନିଶାକଫ ସିରପ ସହିତ କାର ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ଅନ୍ତର୍ଗତ ବୋଟିଂ କ୍ଲବ ନିକଟରେ ଏକ କାର ମଧ୍ୟରୁ ଟାଉନ ପୁଲିସ ଅଚାନକ ଚଢ଼ଉ କରି ୯୬୦ ବୋତଲ ବେଆଇନ ନିଶା କଫ ସିରପ ଜବତ କରିଛି। ତେବେ ଜବତ ନିଶା କଫ ସିରପର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ତୁଫାନ ବାଗ କହିଛନ୍ତି। ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ କହିଛନ୍ତି ଯେ, ବିଶ୍ୱସ୍ତସୂତ୍ରରୁ ଖବର ପାଇ ଟାଉନ ପୁଲିସ ଆଜି ଚଢ଼ଉ କରି ଏହି କାର ମଧ୍ୟରୁ ୮ଟି ପେଟିରେ ଥିବା ୯୬୦ ବୋତଲ ନିଶା କଫ ସିରପ, ୨ଟି ମୋବାଇଲ ଫୋନ ଏବଂ ୩୮ ହଜାର ୪ ଶହ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ଟାଉନ ପୁଲିସ ଏକ ମାମଲା ରୁଜୁ କରି ବାବୁ କୁମାର ମହାତୋ ଓ ନିରଜ ସାହା ନାମକ ୨ ଜଣଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ନିଶା କଫ ସିରପ କେଉଁ ସ୍ଥାନକୁ ଚୋରାରେ ଚାଲାଣ ହେଉଥିଲା, କାହାରି ସଂପୃକ୍ତି ରହିଛି, କେଉଁ ଠାରୁ ଆସିଥିଲା ଆଦି ବିଭିନ୍ନ ଦିଗରୁ ଅଧିକ ତଦନ୍ତ କରାଯାଉଛି ବୋଲି ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି। ଏହି ଅବସରରେ ଟାଉନ ଥାନାଧିକାରୀ ବୁଲୁ ସ୍ୱାଇଁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories