www.samajalive.in
Sunday, December 7, 2025
14.1 C
Bhubaneswar

ଗୁରୁଙ୍କ ରାଶି ପରିବର୍ତ୍ତନ ; ଏହି ୩ ରାଶିଙ୍କର ଧନହାନୀ ସହ ହୋଇପାରେ ଅନେକ ସମସ୍ୟା..

ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ବୋଲି ମାନ୍ୟତା ରହିଛି। ଜ୍ୟୋତିଷଙ୍କ ମତାନୁଯାୟୀ, ଦେବଗୁରୁଙ୍କ କୃପାରୁ ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁଙ୍କୁ ବୁଦ୍ଧି, ବିବେକ, ଯଶ, ସମ୍ମାନ, ଧନ ଓ ସନ୍ତାନର ପ୍ରତୀକ ବୋଲି କୁହାଯାଏ। ଗୁରୁଙ୍କ ଚଳନ କାରଣରୁ ଏହି ରାଶିଙ୍କୁ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଗୁରୁଙ୍କ ସ୍ଥାନ ପ୍ରାପ୍ତି ହୋଇଛି। ଗୁରୁଙ୍କ ଗଣତି ଶୁଭ ଗ୍ରହରେ ହୋଇଥାଏ। ଜ୍ୟୋତିଷ ଅନୁସାରେ ଗୁରୁ ପ୍ରାୟ ଏକ ବର୍ଷ ମଧ୍ୟରେ ଗୋଟିଏ ରାଶିରୁ ୨ୟ ରାଶିର ଚଳନ କରି ଥାଆନ୍ତି। ସେହିପରି ଗୁରୁଙ୍କ ପୁଣି ଥରେ ରାଶିକୁ ପ୍ରବେଶ ପାଇଁ ଏକ ବର୍ଷ ସମୟ ଲାଗି ଥାଏ। ୧ ମେ ୨୦୨୪ରେ ଗୁରୁଙ୍କ ରାଶି ପରିବର୍ତ୍ତନ ହୋଇଛି। ମେଷ ରାଶିରୁ ଗୁରୁ ବୃଷ ରାଶିରେ ପ୍ରବେଶ କରିଛନ୍ତି। ବୃଷ ରାଶିର ସ୍ୱାମୀ ଶୁକ୍ର। ତେବେ ଜାଣନ୍ତୁ ଗୁରୁଙ୍କ ଏହି ଚଳନ ପାଇଁ କେଉଁ ରାଶିଙ୍କ ପାଇଁ ସମସ୍ୟାର ସାମ୍ନା କରିବାକୁ ପଡିବ..

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

- Advertisement -

ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ଜାତକରେ ଗୁରୁ ୬ଷ୍ଠ ସ୍ଥାନରେ ରହିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକର ୬ଷ୍ଠ ଭାଗ ରୋଗ ଓ ଶତ୍ରୁର କାରକ ବୋଲି କୁହାଯାଏ। ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ। କିଛି ପୁରୁଣା ରୋଗ ପୁଣି ଥରେ ଦେଖା ଦେଇପାରେ। ଧନ ହାନୀ ହୋଇ ପାରେ। କର୍ମ କ୍ଷେତ୍ରରେ ସମସ୍ୟା ଲାଗି ରହିବ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆତ୍ମ ବିଶ୍ୱାସ ହ୍ରାସ ହୋଇପାରେ। ଛୋଟ ଦୁର୍ଘଟଣା ଘଟି ପାରେ।

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ୮ମ ସ୍ଥାନରେ ଗୁରୁ ରହିଛନ୍ତି। ଫଳରେ ଏକାଥରକେ ଅନେକ ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ କାମର ଅଧିକ ପ୍ରଭାବ ରହିପାରେ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇପାରେ।

ମୀନ – ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଜାତକରେ ଗୁରୁ ୩ୟ ସ୍ଥାନରେ ରହିଛନ୍ତି। ଜୀବନରେ କେତେକ ସମସ୍ୟା ହଠାତ୍ ସାମ୍ନାକୁ ଆସିପାରେ। ବ୍ୟବସାୟରେ କ୍ଷତି ହୋଇପାରେ। ମନ ଅଶାନ୍ତ ରହି ପାରେ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଧନହାନୀ ସହ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories