www.samajalive.in
Saturday, December 6, 2025
16.1 C
Bhubaneswar

ଅଡୁଆରେ ରାହୁଲ ଗାନ୍ଧୀ, କାର୍ଯ୍ୟାନୁଷ୍ଠାନ ଦାବି କଲେ ୧୮୧ କୁଳପତି ଓ ପୂର୍ବତନ କୁଳପତି

ନୂଆଦିଲ୍ଲୀ: ପୁଣି ଥରେ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସେ ବିବାଦ ଘେରକୁ ଆସିଛନ୍ତି। ଏଥିପାଇଁ ସାରା ଦେଶରୁ ୧୮୧ କୁଳପତି ଏବଂ ପୂର୍ବତନ କୁଳପତି ଖୋଲା ଚିଠି ଜରିଆରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରାହୁଲ ବିଶ୍ଵବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତିକୁ ନେଇ ଅପପ୍ରଚାର କରିବା ଏବଂ କୁଳପତିଙ୍କ କାର୍ଯ୍ୟାଳୟର ଖ୍ୟାତିକୁ ମଳିନ କରୁଥିବା କୁଳପତିମାନେ ଚିଠିରେ ଅଭିଯୋଗ କରିଛନ୍ତି। ଏହା ସହିତ ସେମାନେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅନଲାଇନ୍‌ ଜରିଆରେ ଏକ ପିଟିସନ ଦାଖଲ କରିଛନ୍ତି।

- Advertisement -

ଖୋଲା ଚିଠି ଜରିଆରେ ରାହୁଲଙ୍କ ବିରୋଧରେ ଯେଉଁମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟ, ଜୱାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ, ବରୋଦାସ୍ଥିତ ଏମ.ଏସ ବିଶ୍ଵବିଦ୍ୟାଳୟ, ହରିୟାଣା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପଦାଧିକାରୀ ସମେତ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ସଭାପତି, ଏଆଇସିଟିଇର ଅଧ୍ୟକ୍ଷ, ୟୁଜିସିର ପୂର୍ବତନ ଅଧ୍ୟକ୍ଷ, ଏନସିଇଆରଟିର ନିର୍ଦେଶକ ପ୍ରମୁଖ ରହିଛନ୍ତି।

ପଦାଧିକାରୀମାନେ ଦେଇଥିବା ଖୋଲା ଚିଠିରେ କହିଛନ୍ତି ଯେ, କୁଳପତି ଚୟନ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ନେଇ ରାହୁଲ କରିଥିବା ଅଭିଯୋଗ ଭିତ୍ତିହୀନ। ରାଜନୈତିକ ଫାଇଦା ହାସଲ ପାଇଁ ରାହୁଲ ଏଭଳି କହିଛନ୍ତି। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ପୋଷ୍ଟ କରି କହିଥିଲେ ଯେ, ମେରିଟ୍‌ ଏବଂ ଯୋଗ୍ୟତା ଭିତ୍ତିରେ କୁଳପତି ନିଯୁକ୍ତ ହେଉନାହାନ୍ତି। କେବଳ କିଛି ସଂଗଠନ ସହିତ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ କୁଳପତି ଭାବେ ନିଯୁକ୍ତ କରାଯାଉଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories