www.samajalive.in
Thursday, December 11, 2025
16.1 C
Bhubaneswar

ବିକ୍ରମଙ୍କ ଶତାଧିକ ସମର୍ଥକଙ୍କ ଗହଣରେ ପ୍ରଚାର

ଗୋପାଳପୁର: ଓଡ଼ିଶାରେ ପ୍ରଥମ ଚରଣ ମତଦାନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜର ରଣକୌଶଳ ତିଆରି କରିବାରେ ଲାଗି ପଡିବା ସହ ଗାଁ ଗାଁ ପ୍ରଚାରରେ ଲାଗି ପଡିଛନ୍ତି। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସହ ଅନ୍ୟ ଦଳ ପ୍ରାର୍ଥୀ ମାନେ ପ୍ରଚଣ୍ଡ ଖରାରେ ନିଜର ଶତାଧିକ ସମର୍ଥକ ସହ ମିଶି ହାଇ ପ୍ରୋଫାଇଲ ପ୍ରଚାରରେ ଲାଗି ପଡିଛନ୍ତି। ନେତା ମାନେ କାର ଓ ବାଇକ ରାଲି କରି ନିଜ ନିଜର ଶକ୍ତି ପଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ବିଜେଡି ପକ୍ଷରୁ ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନିର୍ବାଚନ ମଣ୍ଡଳୀର କନିଷି, ଚାନ୍ଦପୁର, ଡୁରା, ଗୌଞ୍ଜୁ ପଞ୍ଚାୟତ ସମେତ ବ୍ରହ୍ମପୁରର ୩୮ ନଂ ୱାର୍ଡରେ ପ୍ରଚାର ଜୋରଦାର କରିଛନ୍ତି। ବିଜେଡି ବିଧାୟକ ପାର୍ଥି ବିକ୍ରମ ପଣ୍ଡା ଗାଁ ଗୁଡିକରେ ଘର ଘର ବୁଲିବା ସହ ପଥପ୍ରାନ୍ତ ସଭାରେ ଭାଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଉପରେ ଆଲୋକପାତ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ କହି ଭୋଟ ଭିକ୍ଷା କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories