www.samajalive.in
Saturday, December 6, 2025
26.1 C
Bhubaneswar

କଳାପଥରରେ ଖୋଲିଲା ଧାନମଣ୍ଡି

କଳାପଥର : ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କଳାପଥର ସେବା ସମିତିଲିଃ ରେ ଶନିବାର ସରକାରଙ୍କର ପ୍ରଥମ ଧାନମଣ୍ଡି ଖୋଲାଯାଇଛି। ନିୟମ ଅନୁସାରେ ପ୍ରତେକ ଶନିବାର ଏହି ମଣ୍ଡିରେ ଚାଷିଙ୍କ ଠାରୁ କୁଇଣ୍ଟାଲ ପିଛା ୧୭୫୦ଟଙ୍କାରେ ଧାନ କ୍ରୟ କରାଯିବ ବୋଲି ସ୍ଥିର ହୋଇଛି। ଅଜି ପୁର୍ବାହ୍ନରେ ସମବାୟ ସମ୍ପ୍ରସାରଣ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ କଳାପଥରଠାରେ ଧାମମଣ୍ଡି ଖଲାଯାଇ କଣ୍ଟାପୂଜା କରାଯାଇଛି। ସେବା ସମବାୟ ସମିତି ସଭାପତି ଅନନ୍ତ ଚରଣ ଦାସଙ୍କ ପୈାରାହିତରେ କାର୍ଯ୍ୟକ୍ରମରେ ସୋସାଇଟ୍‍ ସମ୍ପାଦକ ମିରଜା ଅନୁଆର ଅଲ୍ଲୀବେଗ୍‍ ଧାନ କିଣାର ସରକାରୀ ନିତି ନ୍ୟିମ ସଂମ୍ପର୍କରେ ସୂଚନା ଦେଇଥିଲେ। ସପ୍ତାହର ଶନିବାର ଏହି ମଣ୍ଡିରେ ଧାନ ବିକ୍ରି କରିପାରିବେବୋଲି ସମ୍ପାଦକ ଅଲ୍ଲୀବେଗ ସୂଚନା ଦେଇଛନ୍ତି। ଏହି ଅବସରରେ କଟକ ଜିଲ୍ଲା ସୋସାଇଟ୍‍ ନିନ୍ର୍ଦ୍ରେଶକ କେଶବ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି, ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ କଟକ ଜିଲ୍ଲା ବିଜେଡି ସାଧାରନ ସମ୍ପାଦକ କିଶୋର ଚନ୍ଦ୍ର ବେହେରା , କଳାପଥର କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ପ୍ରଦୀପ କୁମାର ପଟ୍ଟନାୟକ ,ସଭ୍ୟ ସନ୍ତୋଷ ବେହେରା,କାହ୍ନୁ ଚରଣ ସ୍ୱାଇଁ,ଶିବପ୍ରସାଦ ବେହେରା,ଜାପାନୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories