www.samajalive.in
Saturday, December 6, 2025
16.1 C
Bhubaneswar

୨୦ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‍ଯାପିତ

କଲମପୁର : ଥୁଆମୁଲ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆରେ ଗତ ତିନି ଦିନ ଧରି ଚାଲିଥିବା ବିଦ୍ୟାଳୟର ୨୦ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‍ଯାପିତ ହେଇଯାଇଛି। ଗତ ଗୁରୁବାର ଦିନ ମାଁ ମାଣିକେଶ୍ୱରୀଙ୍କ ପୀଠରୁ କ୍ରୀଡା ମଶାଲ ଗ୍ରହଣ କରି ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ବିଦ୍ୟାଳୟର ଖେଳପଡିଆକୁ ଆସିଥିଲେ। ସେଠାରେ ଅଗ୍ନିଶମ ଅଧିକାରୀ ବନମାଳି ପୁଝାରୀ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ଠାରୁ ମଶାଲ ଗ୍ରହଣ କରି ସ୍ଥାପନ କରିବା ସହ ଅନୁଷ୍ଠାନର କ୍ରୀଡାପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଉଭୟ ବାଳକ ଓ ବାଳିକା ବର୍ଗରେ ୧୦ ଗୋଟି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଶାରିରୀକ ଶିକ୍ଷା ଶିକ୍ଷକ ବନ ବିହାରୀ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କ୍ରୀଡା ଉତ୍ସବକୁ ପ୍ରଶାନ୍ତ ମୁଣ୍ଡଛିନା, ସତ୍ୟ ନାରାୟଣ ଦାସ ପ୍ରମୁଖ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ ପାଇଁ ବାଳିକା ବର୍ଗରୁ କୁନୀ ମାଝୀ ପୂରସ୍କୃତ ହେଇଥିବା ବେଳେ ବାଳକ ବର୍ଗରୁ ମହେଶ କୁମାର ଧଙ୍ଗଡା ମାଝୀ ପୂରସ୍କୃତ ହେଇଥିଲେ। କ୍ରୀଡା ଶିକ୍ଷକ ବିଦ୍ୟାଳୟର ବାର୍ଷିକ କ୍ରୀଡା ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ପାଟ୍ଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories