www.samajalive.in
Thursday, December 11, 2025
14.1 C
Bhubaneswar

ଗଞ୍ଜେଇ ଚାଲାଣ କରି ଉଚ୍ଚଶିକ୍ଷିତ ଛାତ୍ର ଗିରଫ

ଗୁଣୁପୁର: ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରକୁ ଗିରଫ କରିଛି ଗୁଣୁପୁର ଅବକାରୀ ବିଭାଗ। ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ପୁଲିସ୍ ପାଟ୍ରୋଲିଂ କରୁଥିବାବେଳେ ରାମନାଗୁଡା ନିକଟ ବାଙ୍ଗୀ ଛକରେ ଗୋଟିଏ ନାଲି କାରରେ ଗଞ୍ଜେଇ ଚାଲାଣ ହେଉଥିବା ବିଭାଗୀୟ ଅଧିକାରୀ ଜାଣି ପାରିଥିଲୋ। ଏହାପରେ କାରକୁ ଅଟକାଇ ଯାଞ୍ଚ କରିବାସହ ଚାଳକକୁ ପଚରାଉଚରା କରିଥିଲା ପୁଲିସ। କାରରେ ଥିବା ଗଞ୍ଜେଇ ରାୟଗଡା ଅଭିମୁଖେ ଚାଲାଣ ହେଉଥିବା ଜଣାପଡିଛି। ଗଞ୍ଜେଇ ଚାଲାଣ କରୁଥିବା ଉଚ୍ଚ ଶିକ୍ଷିତ ଯୁବକକୁ ପୁଲିସ ଗିରଫ କରିବା ସହ ନାଲି କାର୍ ଓ ୨୬ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ ଛାତ୍ର ନରେନ୍ଦ୍ର ପାଲକା ଏମସିଏ ପାଠପଢୁଥିବା କହିଥିବାବେଳେ ତାଙ୍କ ଘର ଗୁଡାରି ଥାନା ଅନ୍ତର୍ଗତ ନାଇରା ଗ୍ରାମରେ ବୋଲି ଜଣାପଡିଛି। ଶୁକ୍ରବାର ଅବକାରୀ ବିଭାଗ ମାମଲା ରୁଜୁ କରି ଗିରଫ ଛାତ୍ରକୁ କୋର୍ଟ ଚାଲାଣ କରିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories