www.samajalive.in
Saturday, December 13, 2025
27.1 C
Bhubaneswar

ଥର୍‌କୁ ଟକ୍କର ଦେବାକୁ ଆସିଲା ଗୁର୍‌ଖା, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଅନେକ ଦିନ ପରେ ଭାରତୀୟ ବଜାରରେ ଫୋର୍ସ ଗୁରଖାର ବଜାର ପ୍ରବେଶ ହୋଇଛି । କିଛି ଦିନ ପୂର୍ବରୁ କମ୍ପାନୀ ଏହି କାରକୁ ପ୍ରଦର୍ଶିତ କରିଥିଲା କିନ୍ତୁ ସେ ସମୟରେ କାରର ଦାମ୍ ସମ୍ପର୍କରେ କମ୍ପାନୀ ସୂଚନା ଦେଇନଥିଲା । କିନ୍ତୁ ଏବେ କମ୍ପାନୀ ଫୋର୍ସ ଗୁରଖାର ୨ଟି ଭେରିଏଣ୍ଟ ଲଞ୍ଚ୍ କରିଛି । କମ୍ପାନୀ ୩-ଡୋର ଏବଂ ୫-ଡୋର୍ ଗୁରଖା ପାଇଁ ଭିନ୍ନ ଭିନ୍ନ ଦାମ୍ ଘୋଷଣା କରିଛି । କହିରଖୁଛୁ ଭାରତୀୟ ବଜାରରେ ଏହି କାର୍ ସିଧା ମହିନ୍ଦ୍ରା ଥରକୁ ଟକ୍କର ଦେବ । ଡିଜାଇନ କଥା କହିବା ତ ଏହା ମର୍ସିଡିଜର ପପୁଲାର ଜି-ଓ୍ବାଗନର ଭାରତୀୟ ଅବତାର ଭଳି ଲାଗୁଛି । ତେବେ ଆସନ୍ତୁ ଜାଣିବା କାରର ଦାମ୍ ଓ ଫିଚର୍ସ ସମ୍ପର୍କରେ…

କମ୍ପାନୀ ଏହି କାରର ୩-ଡୋର ଏବଂ ୫-ଡୋର୍ ଭେରିଏଣ୍ଟ ଆଣିଛି । ୩ ଡୋର୍ ବିଶିଷ୍ଟ ଗୁରଖାର ଦାମ୍ ୧୬.୭୫ ଲକ୍ଷ ଟଙ୍କା ଥିବାବେଳେ ୫ ଡୋର୍ ଥିବା ମଡେଲର ଦାମ୍ ୧୮ ଲକ୍ଷ ଟଙ୍କା । ଉଭୟ ଦାମ୍ ଗାଡିର ଏକ୍ସ-ଶୋରୁମ୍ ଦାମ୍ । କହିରଖୁଛୁ ଉଭୟଙ୍କ ଡିଜାଇନ୍ ଏକା ଭଳି କିନ୍ତୁ କାରର ଆକାର ଏବଂ ହ୍ବିଲବେସର ଫରକ ରହିଛି ।

ଓଡିଶା ଗସ୍ତରେ ଏସ୍ ଜୟଶଙ୍କର,ଜେପି ନଡ୍ଡା

- Advertisement -

ଏହି କାରର ବୁକିଂ ୨୫ ଏପ୍ରିଲରୁ ଆରମ୍ଭ ହୋଇସାରିଛି । ଯଦି ଆପଣ ଏହି କାରକୁ ବୁକ୍ କରିବାକୁ ଚାହୁଁଛନ୍ତି ତେବେ କମ୍ପାନୀ ଓ୍ବେବସାଇଟରୁ ୨୫ ହଜାର ଟଙ୍କା ଦେଇ କରିପାରିବେ । ଏହି କାରର ଉଭୟ ଭେରିଏଣ୍ଟରେ ସମାନ ଇଞ୍ଜିନ ମିଳିଥାଏ । ଇଞ୍ଜିନ କଥା କହିବା ତ ଏଥିରେ ୨.୬ ଲିଟରର ମର୍ସିଡିଜ୍ ସୋର୍ସ ଡିଜେଲ ଇଞ୍ଜିନ ମିଳିଥାଏ । ଏଥିରେ ୯.୦ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସୁବିଧା ମିଳିଥାଏ । ଏହା ବ୍ୟତୀତ ଆପଲ କାରପ୍ଲେ ଏବଂ ଆଣ୍ଡ୍ରଏଡ୍ ପ୍ଲେ, ଡିଜିଟାଲ  ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ପାଓ୍ବର୍ଡ ଓଆରଭିଏମ୍, ଟିଲ୍ଟ ଏବଂ ଟେଲିସ୍କୋପିକ୍ ଷ୍ଟିୟରିଂ ଆଡଜଷ୍ଟମେଣ୍ଟ ମିଳିଥାଏ । ସୁରକ୍ଷା ଦୃଷ୍ଟିରୁ ଏଥିରେ ରିୟର କ୍ୟାମେରା ସହିତ ଟାୟାର ମନିଟରିଂ ସୁବିଧା ଭଳି ସୁବିଧା ମିଳୁଛି । ଏହା ବ୍ୟତୀତ କାରରେ ଫ୍ରଣ୍ଟ ଡୁଆଲ ଏୟାରବ୍ୟାଗ୍ ବିକଳ୍ପ ମଧ୍ୟ ମିଳୁଛି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories