www.samajalive.in
Friday, December 5, 2025
17.1 C
Bhubaneswar

ଟିଭି ବୋହୂରୁ କ୍ୟାବିନେଟ ମନ୍ତ୍ରୀ…

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ରାଜନୀତିରେ ଆଜି ସ୍ମୃତି ଇରାନୀ ଏକ ପରିଚିତ ଚେହେରା। ବର୍ତ୍ତମାନ ସେ ଆମେଥି ଆସନରୁ ସାଂସଦ ରହିଥିବା ବେଳେ ମୋଦୀଙ୍କ କ୍ୟାବିନେଟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଭାରତ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମଧ୍ୟ ରହିଛନ୍ତି। ସ୍ମୃତିଙ୍କ ମନୋରଞ୍ଜନ ଦୁନିଆରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା ବହୁମୁଖୀ ଏବଂ ନିଷ୍ଠାରେ ପରିପୂର୍ଣ୍ଣ ହୋଇଥିଲା। ୧୯୯୮ରେ ମିସ୍‌‌ ଇଣ୍ଡିଆର ଏକ ଅଂଶ ହୋଇଥିବା ଇରାନୀ ଶ୍ରେଷ୍ଠ ୯ଜଣଙ୍କ ମଧ୍ୟରେ ସ୍ଥାନ ପାଇପାରିନଥିଲେ। କିନ୍ତୁ ରାଜନୀତିରେ ସେ ଆଜି ସଫଳ। ଚାଲନ୍ତୁ ସ୍ମୃତିଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଜାଣିବା . . .
ଏକ ଲୋକପ୍ରିୟ ଧାରାବାହିକ ‘କ୍ୟୁଙ୍କି ସାସ୍‌‌ ଭି କଭୀ ବୋହୂ ଥି’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ସ୍ମୃତି ଇରାନୀ। ଏଥିରେ ସେ ତୁଳସୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ। ଏଥିପାଇଁ ତାଙ୍କୁ ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଥିଲା। ଟିଭି ଦୁନିଆରେ ସେ ଏତେ ଲୋକପ୍ରିୟତା ହାସଲ କରିଥିଲେ ଯେ ଏହା ତାଙ୍କ ପାଇଁ ଆଉ ଏକ ବଡ ସୁଯୋଗ ଆଣିଦେବ ବୋଲି ହୁଏତ ସେ ଜାଣିନଥିଲେ। ୨୦୦୩ରେ ମନୋରଞ୍ଜନ ଦୁନିଆରୁ ରାଜନୀତିରେ ଏଣ୍ଟ୍ରି କରିଥିଲେ ସ୍ମୃତି। ବିଜେପି ଦଳରେ ସାମିଲ ହୋଇ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଆରମ୍ଭ କରିଥିଲେ। ପରେ କିନ୍ତୁ ଅନେକ ନିର୍ବାଚନରେ ସେ ପରାଜୟର ସମ୍ମୁଖୀନ ହୋଇଥିଲେ। ତଥାପି ତାଙ୍କର ଦୃଢୋ ଇଚ୍ଛାଶକ୍ତି ଏବଂ ନିଷ୍ଠା ଯୋଗୁଁ ଦଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପରେ ସେ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସଭାପତି।
ଏହାପରେ ସ୍ମୃତି ଇରାନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଆମେଥିରୁ ଲୋକସଭା ନିର୍ବାଚନ ଲଢି କଂଗ୍ରେସର ଗଡକୁ ଭାଙ୍ଗିଥିଲେ। ଆମେଥିରେ ରାହୁଲ ଗାନ୍ଧୀଙ୍କୁ ପରାଜିତ କରି ସମସ୍ତଙ୍କୁ ଚକିତ କରିଥିଲେ ସ୍ମୃତି ଇରାନୀ। ଏହା ଖାଲି ତାଙ୍କ ପାଇଁ ବିଜୟ ନଥିଲା। ଗାନ୍ଧୀ ପରିବାରର ପାରମ୍ପରିକ ଗଡ ଥିବା ଆମେଥିରେ ଗାନ୍ଧୀ ପରିବାରର ସଦସ୍ୟକୁ ହରାଇ ଶାସନ ଭାର ଛଡାଇ ନେଇଥିଲେ ଇରାନୀ। ଏହି ବିଜୟ ପରେ ମୋଦୀଙ୍କ କ୍ୟାବିନେଟରେ ମାନବ ସମ୍ବଳ ବିକାଶ, ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପରିଚାଳନ ଦାୟିତ୍ୱ ନେଇଥିଲେ ସ୍ମୃତି। ପ୍ରଧାନମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ସେ ସୂଚାରୁ ଭାବେ ତୁଲାଇଥିଲେ।
୨୦୨୪ ନିର୍ବାଚନରେ ବିଜେପି ପୁଣି ଥିରେ ସ୍ମୃତିଙ୍କ ଉପରେ ଭରସା କରି ଆମେଥିରୁ ଟିକେଟ ଦେଇଛି। ଏଠାରେ ସେ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ସହ ଲଢେଇ କରିବେ। ଏଥର ପୁଣି ବିଜୟ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories