www.samajalive.in
Saturday, December 6, 2025
16.1 C
Bhubaneswar

ହିଞ୍ଜିଳି ପରେ କଣ୍ଟାବାଞ୍ଜିରେ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ଗୁରୁବାର ବଲାଙ୍ଗୀର ଟିଟିଲାଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ରାସ୍ତାର ଦୁଇ ପଟରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହାସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ଉପଜିଲ୍ଲପାଳ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଦ୍ୱିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ଭିକେ ପାଣ୍ଡିଆନ, ଅନଙ୍ଗ ଉଦୟ ସିଂଦେଓ, ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ସିଂଦେଓ, ଟିଟିଲାଗଡ ବିଧାନସଭା ପ୍ରାର୍ଥୀ ଟୁକୁନି ସାହୁ ଉପସ୍ଥିତ ରହିଛନ୍ତି। ପୂର୍ବରୁ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ।

ତାତିରୁ ତ୍ରାହି ଦେବ କାଳବୈଶାଖୀ ; ଏହି ତାରିଖରୁ ଭିଜିବ,କମିବ ତାତି..

- Advertisement -

ଆଜି ଟିଟିଲାଗଡ଼ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଆସନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଲାଙ୍ଗୀର ଏଡିଏମ ତଥା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ରିଟର୍ନିଙ୍ଗ ଅଧିକାରୀ ପବିତ୍ର ବେହେରାଙ୍କ ଠାରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଟିଟିଲାଗଡ଼ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ତାଙ୍କୁ ଦଳୀୟ କର୍ମୀ ସ୍ୱାଗତ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପୁଲିସ ପକ୍ଷରୁ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ବଲାଙ୍ଗିର ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆଜି ଟିଟିଲାଗଡ଼ ବିଧାୟକ ଆସନ ପାଇଁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ରେହାନ ଖତ୍ରୀଙ୍କ ନିକଟରେ ନିଜ ନାମାଙ୍କନ ଦାଖଲ କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories