www.samajalive.in
Friday, December 12, 2025
15.1 C
Bhubaneswar

ବୌଦ୍ଧ ରାମଲୀଳା ଯାତ୍ରାର ମଞ୍ଚସ୍ଥ ହେଲା ନାଟକ ଲକ୍ଷ୍ମଣ ଶକ୍ତିଭେଦ

ବୌଦ୍ଧ: ବୌଦ୍ଧ ଗଡ଼ଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ମଙ୍ଗଳବାର ଦିନ ଚତୁର୍ଦ୍ଦଶ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ଲକ୍ଷ୍ମଣ ଶକ୍ତିଭେଦ। ରାବଣର ଅଳିଅଳ ପୁତ୍ର ଇନ୍ଦ୍ରଜିତର ଯଜ୍ଞ ଭଙ୍ଗ ଓ ଲକ୍ଷ୍ମଣଙ୍କ ହସ୍ତରେ ମୃତ୍ୟୁ ଖବର ପାଇ ମର୍ମାହତ ହୋଇଛି ଦଶାନନ ରାବଣ। ପୁତ୍ର ମୃତ୍ୟୁରେ ଜର୍ଜରିତ ରାବଣ ନିଜେ ଯୁଦ୍ଧକୁ ଯାଇ ଭାତୃଦ୍ରୋହୀ ବିଭୀଷଣ ସହ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇଛି। ଘରେ ସାଇତି ରଖି ପୁଜାର୍ଚ୍ଚନା କରୁଥିବା ଅମଘୋ ଏକଘ୍ନି ଅସ୍ତ୍ର ଧରି ରାବଣ ବାହରି ପଡ଼ିଛି ରଣକ୍ଷେତ୍ରକୁ। ବିଭୀଷଣ ଘରର ଶତୃ ପାଲଟି ସବଂଶେ ମରାଇଛି, ତେଣୁ ପ୍ରତିଶୋଧର ଜ୍ୱାଳାରେ ରାବଣ ଯୁଦ୍ଧକୁ ଓହ୍ଲାଇଛି। ରାବଣ ଏକଘ୍ନି ଶାୟକ ଅସ୍ତ୍ର ଭାଇ ବିଭୀଷଣକୁ ମାରିବାବେଳେ ଅସ୍ତ୍ର ବାଜିଛି ଲକ୍ଷ୍ମଣଙ୍କ ଦେହରେ। ଯୁଦ୍ଧକ୍ଷେତ୍ରରେ ଅଚେତ ହୋଇ ଟଳି ପଡ଼ିଛନ୍ତି ଲକ୍ଷ୍ମଣ। ଲକ୍ଷ୍ମଣ ଟଳି ପଡ଼ିବା ପରେ ଛତ୍ରଭଙ୍ଗ ଦେଇଛି ରାବଣ। ଅସ୍ତ୍ରର ଆଘାତରେ ଅଚେତ ହୋଇପଡ଼ିଥିବା ଲକ୍ଷ୍ମଣଙ୍କୁ ଦେଖି ବିଳଚିତ ହୋଇପଡ଼ିଛନ୍ତି ପ୍ରଭୁ ଶ୍ରୀରାମ। ଶୁଷେଣ ବୈଦ୍ୟର ପରାମର୍ଶକ୍ରମେ ଶ୍ରରାମଙ୍କ ଆଦେଶରେ ହନୁମାନ ଗନ୍ଧମାର୍ଦ୍ଦନରୁ ବିଷଲ୍ୟକରଣୀ ଓøଷଧ ଆଣି ବଞ୍ଚାଇ ପାରିଛନ୍ତି ଲକ୍ଷ୍ମଣଙ୍କ ଜୀବନ। ଯେଉଁ ରାତିକି ସତୀ ଅନସୂୟାଙ୍କ କଥାରେ ହୋଇଲା ସାତ ଦିନ ସାତ ରାତି ନପାହୁ ରାତି ନମରୁ ପତି। ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ। ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବା ବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି। ଲକ୍ଷ୍ମଣ ଶକ୍ତିଭେଦ ନାଟକ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗି ରହିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories