www.samajalive.in
Saturday, December 6, 2025
17.1 C
Bhubaneswar

ପତ୍ନୀହନ୍ତାକୁ ୧୦ ବର୍ଷ ଜେଲ୍‌, ଶ୍ଵଶୂର ନିର୍ଦୋଷରେ ଖଲାସ

କଣ୍ଟାବାଞ୍ଜି: ତୁରେକେଲା ଥାନା ଅନ୍ତର୍ଗତ କୁଶପାଲି ଗାଁରେ ୨୦୨୧ମସିହା ଏପ୍ରିଲ ମାସ ୧୦ତାରିଖରେ ଯୌତୁକ ଦାବିରେ ବଧୂ ହତ୍ୟା ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ। ବିବାହର ୨ ମାସ ପରେ ନିଜ ପତ୍ନୀ ନୀଲେ ମାଝୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇ ଥିବା ଅଭିଯୁକ୍ତ ସ୍ୱାମୀ ପ୍ରମୋଦ ମାଝୀ(୨୬)କୁ ମଙ୍ଗଳବାର ଜିଲା ଅତିରିକ୍ତ ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ଦଫା ୩୦୪(ବି )ରେ ୧୦ ବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଏଥିସହ ଦଫା ୪୯୮ଏ, ୪ଡିପି ଆକ୍ଟରେ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରଛନ୍ତି। ଏହି ମାମଲାରେ ଶ୍ଵଶୂର ପଦ୍ମନ ମାଝୀଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି ଅତିରିକ୍ତ ଦୌରାଜଜ।

ସୂଚନା ଅନୁସାରେ, ୨୦୨୧ମସିଆ ଫେବୃଆରୀ ମାସରେ ତୁରେକେଲା ଥାନା ଅନ୍ତର୍ଗତ କୁଶପାଲି ଗାଁର ପ୍ରମୋଦ ମାଝୀ କମେଇମୁଣ୍ଡା ଗାଁର ନିଲେ ମାଝୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ପ୍ରମୋଦ ଯୌତୁକ ଦାବି କରି ବୁଲେଟ ଦେବାକୁ ଶ୍ଵଶୂର ଘରକୁ ନିଜ ପତ୍ନୀଙ୍କ ଜରିଆରେ ଚାପ ପକାଉଥୁଲେ। ପତ୍ନୀ ନିଲେ ମାଝୀ ବାପଘରକୁ ଜଣାଇବା ସହ ଶ୍ଵଶୂର ଘର ତରଫରୁ ତାଙ୍କୁ ଅତ୍ୟାଚାର କରାଯାଉଥିବା ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ବାପଘର ଲୋକେ ଆର୍ଥିକ ସ୍ୱଚ୍ଛଳ ନ ଥିବାରୁ ଠିକ ସମୟରେ ଜ୍ୱାଇଁ ଦାବି କରୁଥିବା ଯୌତୁକ ଦେଇପାରି ନ ଥିଲେ। ଏହି ଯୌତୁକ ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମନାନ୍ତର ହେବାରୁ ସ୍ୱାମୀ ନବବିବାହିତ ସ୍ତ୍ରୀକୁ ହତ୍ୟା କରି ଘର ଓରାରେ ଟଙ୍ଗାଇ ଆତ୍ମହତ୍ୟାର ରୂପ ଦେଇଥିଲା। ପରେ ନିଲେର ବାପଘର ଲୋକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ତଦନ୍ତକାରୀ ପୁଲିସଥାନା ଭାରପ୍ରାପ୍ତ ଅଧିକାରୀ କମଳ ଲୋଚନ ବେହେରା ଏକ ମାମଲା ରୁଜୁ କାରି କେଶ ନଂ ୬୨/୨୦୨୧ନିଜେ ତଦନ୍ତ ଭାର ଗ୍ରହଣ କରିଥିଲେ। ଅଭିଯୁକ୍ତ ତରଫରୁ ଆଇନଜୀବୀ ବ୍ରଜଶ୍ୟାମ ଗୁରୁ ମାମଲା ପରିଚାଳନା କରିଥିବାବେଳେ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କାନନ କିଶୋର ମାମଲା ପରିଚାଳନା କରୁଥିଲେ। ରାୟ ପ୍ରକାଶ ପାଇଲା ପରେ ଅଭିଯୁକ୍ତ ପ୍ରମୋଦକୁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲଙ୍କ ସୂତ୍ରରୁ ଜଣାପଡିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories