www.samajalive.in
Friday, December 5, 2025
17.1 C
Bhubaneswar

ନିୟମିତ ଏହି ଗୋଟିଏ ପତ୍ର ଖାଇଲେ ହେବ ନାହିଁ ଉଚ୍ଚ ରକ୍ତଚାପ, ମଧୁମେହ..

ହିନ୍ଦୁ ଧର୍ମରେ ତୁଳସୀ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ଅଧିକାଂଶ ଲୋକେ ନିଜ ଘର ଅଗଣାରେ ତୁଳସୀ ବୃକ୍ଷକୁ ରଖି ପୂଜାର୍ଚ୍ଚନା କରନ୍ତି। ପୂଜାପାଠ ବ୍ୟତୀତ ତୁଳସୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତୁଳସୀପତ୍ର ଔଷଧୀୟ ଗୁଣରେ ଭରପୁର। ଆୟୁର୍ବେଦ ଅନୁଯାୟୀ, ନିୟମିତ ରୂପରେ ସକାଳେ ଖାଲି ପେଟରେ କିଛି ତୁଳସୀପତ୍ର ଚୋବାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଲାଭ ମିଳିଥାଏ।

ଅନେକ ଅଧ୍ୟୟନରୁ ଜଣାପଡିଛି, ତୁଳସୀପତ୍ରରେ ଭିଟାମିନ୍ ଏ,ଭିଟାମିନ୍ ଡି, ଆଇରନ ଓ ଫାଇବର ଭଳି ପୋଷକ ତତ୍ତ୍ୱ ରହିଛି। ନିୟମିତ ଖାଲି ପେଟରେ ତୁଳସୀପତ୍ର ସେବନ କରିବା ଲାଭ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

- Advertisement -

ରିପୋର୍ଟ ଅନୁଯାୟୀ, ତୁଳସୀପତ୍ର ହୃଦୟ ଓ ମସ୍ତିଷ୍କ ଉଭୟ ପାଇଁ ବେଶ ଲାଭଦାୟକ। ଏହା ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ। ତୁଳସୀ ପତ୍ର ସେବନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା କମ୍ କରିବା ସହ ଔଷଧ ଭଳି କାମ କରେ। ମନ ଓ ମସ୍ତିଷ୍କ ଶାନ୍ତ ରହେ।
ତୁଳସୀପତ୍ର ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ମଧୁମେହକୁ ନିୟନ୍ତ୍ରଣ କରିଥାଏ।

ଜାଣନ୍ତି କି କେଉଁ ସମୟରେ ପୂଜା କଲେ ପ୍ରସନ୍ନ ହୁଅନ୍ତି ମା’ଲକ୍ଷ୍ମୀ: ହୁଏ ଧନର ବର୍ଷା, ଚମକେ ଭାଗ୍ୟ..

ମଧୁମେହ ରୋଗରେ ଆକ୍ରାନ୍ତ ହୋଇନଥିଲେ ମଧ୍ୟ ତୁଳସୀପତ୍ର ସେବନ କରନ୍ତୁ। ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା କଦାପି ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ଆକ୍ରାନ୍ତ ହେବେ ନାହିଁ। ନିୟମିତ ୫ରୁ ୧୦ଟି ତୁଳସୀପତ୍ର ସେବନ କଲେ, ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ପେଟ ଜନିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଥଣ୍ଡାକାଶରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।

ତୁଳସୀପତ୍ର ଆଣ୍ଟି-ଅକ୍ସିଡାଣ୍ଟଗୁଣରେ ଭରପୁର। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ମଧ୍ୟ ରହିଛି। ତୁଳସୀପତ୍ର ସେବନ କରିବା ଦ୍ୱାରା ତ୍ୱଚା ଚମକିବା ସହ ତ୍ୱଚାର ସମସ୍ୟା ଦୂର ହୋଇଥାଏ। ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଅନେକ ରୋଗ ମଧ୍ୟ ଦୂର କରିଥାଏ।

କେମିତି କଟିବ ଏହି ସପ୍ତାହ? ୪ ରାଶିର ସୁନାଭଳି ଚମକିବ ଭାଗ୍ୟ, ବ୍ୟବସାୟରେ ହେବ ଲାଭ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories