www.samajalive.in
Sunday, December 7, 2025
26.1 C
Bhubaneswar

ଆଇପିଏଲ ମହାସମର: ଆଜି ଲକ୍ଷ୍ନୌ-ମୁମ୍ବାଇ ଗୁରୁତ୍ବପୂର୍ଣ୍ଣ ଲଢ଼େଇ

ଲକ୍ଷ୍ନୌ : ମଙ୍ଗଳବାର ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ନବାବ୍‌ଙ୍କର ଏହି ସହରରେ ଘରୋଇ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସର ମୁକାବିଲା କରିବ। ଶେଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସର ମୁକାବିଲା କରିଥିଲା ଲକ୍ଷ୍ନୌ। ଏହା ଭଲ ସ୍କୋର୍ କରିଥିଲେ ହେଁ ବୋଲରଙ୍କ ବିଫଳତା ଯୋଗୁଁ ଲକ୍ଷ୍ନୌ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସଠାରୁ ତା’ର ଶେଷ ମ୍ୟାଚ୍‌ ହାରିଥିଲା ମୁମ୍ବଇ। ଚଳିତ ସଂସ୍କରଣରେ ଏହ ମୁମ୍ବଇର କ୍ରମାଗତ ୨ୟ ଏବଂ ମୋଟଉପରେ ୬ଷ୍ଠ ପରାଜୟ। ଫଳରେ ଏବେ ଲକ୍ଷ୍ନୌ ପଏଣ୍ଟ ଟେବୁଲ୍‌ର ୫ମ ସ୍ଥାନରେ ଏବଂ ମୁମ୍ବଇ ୯ମ ସ୍ଥାନରେ ରହିଛନ୍ତି।.ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ଆଇପିଏଲ୍‌ରେ ୪ ଥର ମୁକାବିଲା ହୋଇଛି। ଏଥିରୁ ଲକ୍ଷ୍ନୌ ୩ ଥର ଓ ମୁମ୍ବଇ ଥ​‌ରେ ଜିତିଛି। ଚଳିତ ସଂସ୍କରଣରେ ନୂଆ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ମୁମ୍ବଇ ତା’ର ଖ୍ୟାତି ଓ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ପାରିନାହିଁ। ପ୍ରଥମ ୩ଟି ମ୍ୟାଚ୍‌ ମୁମ୍ବଇ ହାରିବା ପରେ କ୍ରମାଗତ ୨ଟି ମ୍ୟାଚ୍‌ ଜିତି ବିଜୟଧାରାକୁ ଫେରିଥିଲା। ହେଲେ ଗତ ୪ଟି ମ୍ୟାଚ୍‌ରୁ ଏହା ମାତ୍ର ଗୋଟିଏ ମ୍ୟାଚ୍‌ ଜିତିପାରିଛି। ଫଳରେ ୯ଟି ମ୍ୟାଚ୍‌ ପରେ ମାତ୍ର ୬ ପଏଣ୍ଟ ସହ ମୁମ୍ବଇ ୯ମ ସ୍ଥାନରେ ରହିଛି। ତେଣୁ ମଙ୍ଗଳବାର ମ୍ୟାଚ୍‌ ମୁମ୍ବଇ ପାଇଁ ପ୍ରାୟ ‘କର ବା ମର’ ମ୍ୟାଚ୍‌ ହେବ। ଅନ୍ୟପକ୍ଷରେ ଯୁବ ଖେଳାଳିଙ୍କୁ ନେଇ ଗଠିତ ଲକ୍ଷ୍ନୌ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଛି। କେ.ଏଲ୍. ରାହୁଲ ନେତୃତ୍ବାଧୀନ ଲକ୍ଷ୍ନୌ ୯ଟି ମ୍ୟାଚ୍‌ରୁ ୫ଟି ଜିତି ଭଲ ସ୍ଥିତିରେ ରହିଛି। ତଥାପି ଘରୋଇ ପଡ଼ିଆରେ ଏହା ଜିତି ତା’ର ସ୍ଥାନ ମଜ୍‌ଭୁତ କରିବାକୁ ଚାହିଁବ। ଲକ୍ଷ୍ନୌର ମ୍ୟାଚ୍‌ ବିଜେତା ଓପ୍‌ନର କ୍ବିଣ୍ଟନ ଡି କକ୍‌ ୩ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିଲେ ହେଁ ତାଙ୍କ ବ୍ୟାଟିଂରେ ନିୟମିତତା ଦେଖିବାକୁ ମିଳିନାହିଁ। ମାର୍କସ ଷ୍ଟଇନିସ୍‌ ଗୋଟିଏ ଅପରାଜିତ ଶତକ ଓ ଗୋଟିଏ ଅର୍ଦ୍ଧଶତକ ମାରିଥିଲେ ହେଁ ବାକି ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ତେବେ ଅଧିନାୟକ କେ.ଏଲ୍‌. ରାହୁଲ ଭଲ ଫର୍ମରେ ଥିବା ସହ ନିୟମିତ ରନ୍‌ କରୁଛନ୍ତି। ଦଳର ଅନ୍ୟତମ ମ୍ୟାଚ୍‌ ବିଜେତା ନିକୋଲାସ୍ ପୁରନ୍‌ ବିଳମ୍ବ​‌େ​‌ର ବ୍ୟାଟିଂ କରୁଥିବାରୁ ବେଶ୍‌ କିଛି ମ୍ୟାଚ୍‌ରେ ଅପରାଜିତ ରହିଛନ୍ତି। ସ୍ପିନର ଭାବେ କ୍ରୁନାଲ ପାଣ୍ଡ୍ୟା ଓ ରବି ବିଷ୍ଣୋଇ ଭଲ ପ୍ରଦର୍ଶନ କରିଥିଲେ ହେଁ ପେସ୍ ବୋଲରଙ୍କ ମଧ୍ୟରୁ ୟଶ ଠାକୁରଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଫଳ ହୋଇଛନ୍ତି। ତାଙ୍କ ଗତି ଦ୍ବାରା ସମସ୍ତଙ୍କୁ ଚକିତ କରିଥିବା ମୟଙ୍କ ଯାଦବ ଫିଟ୍‌ ହୋଇ ଏହି ମ୍ୟାଚ୍‌ ଖେଳିବେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories