ସାଢେ ୧୧ରେ ୪୧ ଟପିଲା: ବାଲେଶ୍ଵର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଛି ପାରଦ। ୪୧.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ ୪୧, ଭୁବନେଶ୍ଵରରେ ୪୦.୪ , ଝାରସୁଗୁଡାରେ ୩୯.୮, ହୀରାକୁଦ ଓ ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସକାଳ ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଥିଲା। ୩୬ ଡିଗ୍ରୀ ସହ ବାରିପଦା ଓ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଦ୍ରତା ପାଖାପାଖି ୭୫ ପ୍ରତିଶତ ରହିଛି। ପୁରୀ, ଗୋପାଳପୁର ଓ ପାରାଦୀପରେ ଆଦ୍ରତା ୭୫ ପ୍ରତିଶତ ଉପରେ ରହିଥିବା ନେଇ ସୂଚନା ମିଳିଛି।

Comments are closed.