mission shakti banner

ନିର୍ବାଚନୀ ରଣାଙ୍ଗନରେ ଏବେ ମହାନଦୀ ପ୍ରସଙ୍ଗ

BSKY banner  750×100

ସମ୍ବଲପୁର: ନିର୍ବାଚନର ମାହୋଲ ଗରମ ହେବା ସହିତ ରାଜ୍ୟର ହଟ ସିଟ ସମ୍ବଲପୁରରେ ବିଜେପି ଓ ବିଜେଡି ମଧ୍ୟରେ ଦିନକୁ ଦିନ ବାକଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ବିଜେପି ପକ୍ଷରୁ ଶନିବାର ସକାଳ ସମୟରେ ସ୍ଥାନୀୟ ରିଂ ରୋଡ ଠାରେ ନନ୍ଦପଡ଼ା ସ୍ଥିତ ମହାନଦୀ ଘାଟ ଠାରେ ମହାନଦୀକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛି। ଓଡ଼ିଶାର ଜୀବନରେଖା ରୂପେ ପରିଚିତ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନନ୍ଦପଡ଼ା ସ୍ଥିତ ମହାନଦୀ ଘାଟରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ବିରୋଧ କରିବା ସହିତ ସମସ୍ୟା ସମ୍ପର୍କରେ ଜନତାଙ୍କୁ ବାର୍ତ୍ତା ଦିଆଯାଇଛି।

ମହାନଦୀର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେପିର ନେତା ଡ. ପ୍ରମୋଦ ରଥ କହିଛନ୍ତି ଯେ, ଦୀର୍ଘ ୨୪ ବର୍ଷରୁ ଉର୍ଦ୍ଧ ସମୟ ହେବ ରାଜ୍ୟରେ ନିରଶଙ୍କୁ ଭାବରେ ଶାସନ କରିବା ପରେ ମଧ୍ୟ ସମସ୍ତ କ୍ଷେତ୍ରରେ ବିଫଳ ରହିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀ ଆଜି କାନ୍ଦୁଛି। ଦୀର୍ଘ ବର୍ଷ ଶାସନ କଲା ପରେ ମଧ୍ୟ ମହାନଦୀକୁ ନେଇ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ନଦୀରେ ବୋହି ଯାଉଥିବା ପାଣିକୁ ରୋକି ଏହାର ସଦ ଉପଯୋଗ କରିବା ପାଇଁ କୌଣସି ପ୍ରୟାସ କରି ନାହାନ୍ତି ବୋଲି ସେ କହିଛନ୍ତି।

Comments are closed.