www.samajalive.in
Saturday, December 6, 2025
23.1 C
Bhubaneswar

ଶସ୍ତା ହେଲା ସୁନା : ୧୦ ଦିନରେ କେତେ କମିଛି, ଜାଣନ୍ତୁ ନୂଆ ଦାମ୍..

ନୂଆଦିଲ୍ଲୀ : ବିବାହ ଋତୁରେ ସୁନା ଅଳଙ୍କାର କିଣିବା ପାଇଁ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଖବର ମିଳିଛି। ଗତ କିଛି ଦିନରେ ସୁନା ଦାମ୍ ହ୍ରାସ ପାଉଛି। ୧୦ ଗ୍ରାମ୍ ସୁନା ଦାମ୍ ୧୦ ଦିନ ମଧ୍ୟରେ ପ୍ରାୟ ୨,୫୦୦ ଟଙ୍କା ଶସ୍ତା ହୋଇଛି। ଶୁକ୍ରବାର ଏମସିଏକ୍ସରେ ସୁନା ଦାମ୍ କମିଥିବା ଦେଖାଯାଇଛି। ମାତ୍ର ଚାନ୍ଦି ଦାମ୍ ୬ଟଙ୍କା ପ୍ରତି କିଲୋ ବୃଦ୍ଧି ପାଇଛି। ବର୍ତ୍ତମାନ ଏମସିଏକ୍ସରେ ଚାନ୍ଦି ଦାମ୍ ୮୨,୫୦୦ ଟଙ୍କା।

ଶନିବାର ବାସ୍ ଏହି ଗୋଟିଏ ଜିନିଷ ଦାନ କରନ୍ତୁ : ଦୂର ହେବ ଶନି ଦଶା, ମିଳିବ କୃପା..

- Advertisement -

ଏମସିଏକ୍ସରେ ସୁନା ଚାନ୍ଦି ଦାମ୍ ଗତ ୧୦ ଦିନ ମଧ୍ୟରେ ଅଧିକ ହ୍ରାସ ହେଉଥିବା ଦେଖାଯାଉଛି। ଏପ୍ରିଲ ୧୬ରେ ସୁନା ଦାମ୍ ପ୍ରାୟ ୭୪ ହଜାର ୧୦ ଗ୍ରାମ୍ ପ୍ରତି ପହଞ୍ଚିଥିଲା। ମାତ୍ର ପରେ ଲଗାତାର ସୁନା ଦାମ୍ ହ୍ରାସ ହେଉଛି। ବର୍ତ୍ତମାନ ସୁନା ଦାମ୍ ୭୧,୪୮୬ ଟଙ୍କା ୧୦ ଗ୍ରାମ୍ ପ୍ରତି ହୋଇଛି। ଅର୍ଥାତ୍ ସୁନା ଦାମ୍ ପ୍ରାୟ ୨,୫୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ଶସ୍ତା ହୋଇଛି।
ସେହିପରି ୧୬ ଏପ୍ରିଲ ୨୦୨୪ରେ ଚାନ୍ଦି ଦାମ୍ ୮୫୦୦୦ ଟଙ୍କା ପ୍ରତି କିଲୋ ଅଧିକ ଥିଲା।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

ଗତ କିଛି ଦିନ ତଳେ ଇସ୍ରାଇଲ-ଇରାନ ମଧ୍ୟରେ ଯୁଦ୍ଧ ବଢିବା ଆଶଙ୍କା କାରଣରୁ ସୁନା ଦାମ୍  ଦ୍ରୁତ ଗତିରେ ବୃଦ୍ଧି ପାଇ ୭୪ ହଜାର ନିକଟତର ହୋଇଥିଲା। ମାତ୍ର ଯୁଦ୍ଧର ଆଶଙ୍କା କମ୍ ହେବାରୁ ସୁନା ଦାମ୍ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷଜ୍ଞଙ୍କ ମତାନୁସାରେ ସୁନା ଦାମ୍ ୭୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମକୁ ହୋଇପାରେ।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories