www.samajalive.in
Tuesday, December 9, 2025
15.1 C
Bhubaneswar

କୋର୍ଟ ଦ୍ୱାରା ବିଷ୍ଣୁପୁର ସରପଞ୍ଚ ଅଯୋଗ୍ୟ ଘୋଷଣା ମାମଲା, ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ବିଡିଓ

ବାଲିଆପାଳ: ବାଲିଆପାଳ ବ୍ଲକ ବିଷ୍ଣୁପୁର ପଂଚାୟତ ସରପଞ୍ଚଙ୍କୁ ନେଇ ଏକ ମାମଲା ବାଲେଶ୍ୱର ସିଭିଲ ଜଜ୍ କୋର୍ଟରେ ବିଚାର ହୋଇ ସରପଞ୍ଚଙ୍କୁ କୋର୍ଟ ୨୦ ତାରିଖରେ ଅଯୋଗ୍ୟ ଘୋଷଣା କରିଥିଲେ। ସେହି ପଞ୍ଚାୟତରେ ସାନି ନିର୍ବାଚନ କରିବା ପାଇଁ ପ୍ରଶାସନକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ବିରୋଧରେ ପଞ୍ଚାୟତର ସରପଂଚ ମହେଶ୍ୱର ଜେନା ଉଚ୍ଚ ନ୍ୟାୟଳୟର ସହାୟତା ନେବେ ବୋଲି ସୂଚନା ଦେଇଛନ୍ତି।

ଆଜି ଏକ ନାଟକୀୟ ଘଟଣା କ୍ରମରେ ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ବିଷ୍ଣୁପୁର ପଂଚାୟତର ନାଏବ ସରପଂଚ ବୃନ୍ଦାବତୀ ଜେନାଙ୍କୁ ସରପଂଚ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।  ଏ ସଂକ୍ରାନ୍ତରେ ବିଡିଓ ଶ୍ରୀ ପଣ୍ଡାଙ୍କୁୁ ସେ ଜିଲାପାଳଙ୍କ ନିର୍ଦ୍ଦେଶରେ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା କଥା କହିଛନ୍ତି।  ବାଲିଆପାଳ ବ୍ଲକର ଡଗରା ,ଦେଭୋଗ ଏବଂ ଜାମକୁଣ୍ଡା ପଂଚାୟତର ସରପଞ୍ଚମାନେ କୋର୍ଟଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିଲେ ମଧ୍ୟ ସେମାନଙ୍କ ପଞ୍ଚାୟତରେ ଦାୟିତ୍ୱ ହସ୍ତାନ୍ତର କ୍ଷେତ୍ରରେ ପ୍ରଶାସନ ସଂପୃକ୍ତ ସରପଞ୍ଚମାନଙ୍କୁ କୋର୍ଟରୁ ରହିତା ଦେଶ ଆଣିବା ପାଇଁ ଯଥେଷ୍ଟ ସମୟ ପ୍ରଦାନ କରି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବିଷ୍ଣପୁରର ଅଯୋଗ୍ୟ ଘୋଷିତ ସରପଂଚ ଅଭିଯୋଗ କରିଛନ୍ତି । ଏହି ଘଟଣା ସମଗ୍ର ବ୍ଲକରେ ଅ।।ଲୋଚନାର ବିଷୟ ପାଲଟିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories