www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ-ପୁରା ସାପକୁ ଗିଳି ଦେଲା ମାଛ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆପଣ ଭଳିକି ଭଳି ଭିଡିଓ ଦେଖିଥିବେ। ମାତ୍ର ନିକଟରେ ଭାଇରାଲ ହେଉଥିବା ଏପରି ଏକ ଭିଡିଓ ଦେଖି ସହଜରେ ଏହାକୁ ବିଶ୍ୱାସ କରି ପାରିବେ ନାହିଁ। ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭାରତୀୟ ବନ ସେବା ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏଭଳି ଏକ ଭାଇରାଲ ଭିଡିଓ ସେୟାର କରିଛନ୍ତି।

- Advertisement -

ଭିଡିଓରେ ଦେଖାଯାଉଛି, ଏକ ମାଛ ସାପ ଶିକାର କରିବାକୁ ଚେଷ୍ଟା କରୁଛି। ସାପଟି ବୁଦା ମଧ୍ୟରେ ଲୁଚି ରହିଛି। ସାପକୁ ସେଠାରୁ ବାହାର କରିବା ପାଇଁ ମାଛ ସେଠାକୁ ଯାଉଛି। ନିଜ ପାଟିରୁ ଏକ ଧୂଆଁ ବାହାର କରୁଛି। ଏହାପରେ ପୁଣି ପାଣି ଭିତରକୁ ପଳାଉଛି। ଯେପରି ସାପ ବାହାରକୁ ଆସଛି, ମାଛ ମଧ୍ୟ ପାଣି ଭିତରୁ ଉପରକୁ ଆସୁଛି। ମାଛକୁ ଦେଖିବା ମାତ୍ରେ ସାପ ଭିତରକୁ ପଳାଉଛି। କିଛି ସମୟ ପର୍ଯ୍ୟନ୍ତ ଏପରି ହେଉଛି। ଶେଷରେ ମାଛ ପାଟି ଭିତରେ ସାପ ପଶି ଯାଉଛି। ଏତିକିରେ ଭିଡିଓ ଶେଷ ହେଉଛି। ମାତ୍ର ସେଠାରେ ଭିଡିଓ କରୁଥିବା ଟିମ୍ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ପୁଣି ଭିଡିଓ କରିଛନ୍ତି। ବାସ୍ତବରେ ତାହା ଏକ ସାପ ନୁହେଁ। ସାପ ଭଳି ଏକ ମାଛ। ସାପ ଭଳି ଦେଖାଯାଉଥିବା ଏହି ମାଛକୁ ସିଲିଣ୍ଡର ମାଛ କୁହାଯାଏ। ଯେଉଁ ମାଛ ଏହି ମାଛକୁ ଶିକାର କରୁଛି ତାହା ଛୋଟ ଲାଗୁଥିଲେ ମଧ୍ୟ ତାହାର ପେଟ ଖୁବ୍ ବଡ। ଏହି କାରଣରୁ ଏଭଳି ମାଛକୁ ମଧ୍ୟ ଶିକାର କରି ପାରନ୍ତି। ମାତ୍ର ବଡ ମାଛ ଯେପରି ଅନୁଭବ କରିଛି, ଏହି ମାଛକୁ ଖାଇବା ସମ୍ଭବ ନୁହେଁ ସେ ପୁଣି ପାଟି ଭିତରୁ ମାଛକୁ ଧିରେ ଧିରେ ବାହାର କରିବାକୁ ଚେଷ୍ଟା କରୁଛି। ସିଲିଣ୍ଡର ମାଛ ମଧ୍ୟ ସେହି ମାଛ ପାଟିରୁ ବାହାରି ଆସୁଛି। ଏହି ଭିଡିଓକୁ ଲକ୍ଷାଧିକ ଲୋକେ ଦେଖି ପସନ୍ଦ କରୁଛନ୍ତି ଓ ନିଜର ମତ ଦେଉଛନ୍ତି।

ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ ବିବାହ ଯୋଗ,ଧନର ଆଗମନ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories