www.samajalive.in
Sunday, December 7, 2025
26.1 C
Bhubaneswar

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର। ଆସନ୍ତା ୨୬ ତାରିଖରେ ମତଦାନ ହେବାକୁ ଥିବାରୁ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପ୍ରିଲ ୨୬ତାରିଖରେ ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୯ଲୋକସଭା ଆସନରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୫.୫ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ମତଦାନ ହାର ବଢିବା ନେଇ ଆଶା କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, କେରଳ, ଆସାମ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା ଆଦି ରାଜ୍ୟରେ ମତଦାନ ହେବ।
ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି କେରଳର ୱାୟନାଡ ଆସନ। ଯେଉଁଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଏହି ଆସନରୁ ସାଂସଦ ମଧ୍ୟ ରହିଛନ୍ତି। ହେଲେ ଏଥର ତାଙ୍କର ପଥ ୨୦୧୯ ଅପେକ୍ଷା କଷ୍ଟସାଧ୍ୟ ହୋଇପାରେ। କାରଣ ଏଠାରେ ବାମଦଳ ପକ୍ଷରୁ ରାହୁଲଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଛି। କେରଳକୁ ବାମଦଳର ଗଡ କୁହାଯାଉଥିବା ବେଳେ ଏଠାରେ ସିପିଆଇର ବରିଷ୍ଠ ନେତା ଡି.ରାଜାଙ୍କ ପତ୍ନୀ ଏନି ରାଜା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଭଳି ସ୍ଥିତିରେ ରାହୁଲଙ୍କ ବିଜୟ ଯାତ୍ରା ଏତେ ସହଜ ହୋଇନପାରେ ବୋଲି କୁହାଯାଉଛି। ସେହିପରି ଏହି ପର୍ଯ୍ୟାୟରେ ବିଜେପିର ମଥୁରାରୁ ହେମା ମାଳିନୀ, ମିରଟରୁ ଅରୁଣ ଗୋଭିଲଙ୍କ ଭାଗ୍ୟ ପରୀକ୍ଷା ହେବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories