www.samajalive.in
Saturday, December 6, 2025
16.1 C
Bhubaneswar

ଜଳବାୟୁ ପରିବର୍ତ୍ତନ: ଏହି ସବୁ ନଦୀ ଅବବାହିକାରେ ବଢ଼ିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ

ନୂଆଦିଲ୍ଲୀ: ବିଶ୍ବ ତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି, ଯାହାର ପ୍ରଭାବ ସାରା ବିଶ୍ବ ଉପରେ ପଡ଼ୁଛି। କିନ୍ତୁ ଆଗାମୀ ଦସନ୍ଧି ମଧ୍ୟରେ ଭାରତର ଅନେକ ଅଞ୍ଚଳ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶେଷ ପ୍ରଭାବିତ ହେବ ବୋଲି ପରିବେଶ ବିଜ୍ଞାନୀମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେତେକ ନଦୀ ଅବବାହିକାରେ ଥିବା ଅଞ୍ଚଳ ସବୁଠୁ ବେଶୀ ପ୍ରଭାବିତ ହେବ। ଏହି ନଦୀଗୁଡ଼ିକ ହେଲେ ଗଙ୍ଗା ଏବଂ ସିନ୍ଧୁ। ଏହା ଅବବାହିକାରେ ଆଗାମୀ କିଛି ବର୍ଷ ମଧ୍ୟରେ ଲୁ, ପ୍ରବଳ ବର୍ଷା, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବ ବୋଲି ଆକଳନ କରାଯାଇଛି।

ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନର ବିଶେଷଜ୍ଞମାନେ ନିକଟରେ କରିଥିବା ଏହି ଅଧ୍ୟୟନରୁ ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କିତ ତଥ୍ୟ ଜର୍ନାଲ ଅଫ ହାଇଡ୍ରୋମେଟେରୋଲୋଜିରେ ପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ଭାରତର କେଉଁ ଅଞ୍ଚଳ ବେଶୀ ପ୍ରଭାବିତ ହେବ ସେ ନେଇ ବିଶେଷଜ୍ଞମାନେ ଅଧ୍ୟୟନରେ ଅଧିକ ଧ୍ୟାନ ଦେଇଥିଲେ। ବିଶେଷ କରି ଗଙ୍ଗା ଏବଂ ସିନ୍ଧୁ ନଦୀ ଅବବାହିକାରେ ଥିବା ଅଞ୍ଚଳଗୁଡ଼ିକାରେ ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଚିରସ୍ରୋତା ନଦୀ ଶୁଖିଲା ପଡ଼ିଯିବ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଉର୍ବର ଚାଷଜମି ପ୍ରଭାବିତ ହେବା ସାଙ୍ଗକୁ ଅମଳ ହ୍ରାସ ପାଇବ, ଯାହା ଖାଦ୍ୟ ସଂକଟ ମଧ୍ୟ ସୃଷ୍ଟି କରିବ। ତେଣୁ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ଗରମ ଏବଂ ଅଧିକ ଥଣ୍ଡାକୁ ସାମ୍ନା କରିପାରୁଥିବା କୃଷିଜାତ ବିହନ ଓ ଜଳ ସଂରକ୍ଷଣ ପାଇଁ ଡ୍ୟାମଗୁଡ଼ିକରେ ଅଧିକ ନିବେଶ କରିବାକୁ ପରାମର୍ଶ ଦିଆଯାଇଛି।

- Advertisement -

ଏହି ଦୁଇ ନଦୀ ଅବବାହିକା ଅଞ୍ଚଳରେ ଥିବା ଚାଷ ଜମିରେ ପ୍ରାୟତଃ ଧାନ ଏବଂ ଗହମ ଭଳି ଫସଲ ଅମଳ କରାଯାଇଥାଏ। ଭବିଷ୍ୟତରେ ତାପମାତ୍ରା ଆହୁରି ବୃଦ୍ଧି ପାଇଲେ ନଦୀ ଶୁଖିଲା ପଡ଼ିଯିବା ସହିତ ବେଳେବେଳେ ମାତ୍ରାଧିକ ବର୍ଷା ମଧ୍ୟ ହେବ। ଫଳରେ କେବଳ ଅମଳ ପ୍ରଭାବିତ ହେବ ନାହିଁ ବରଂ କିଛି ଫସଲର ବିହନ ବୁଡ଼ିଯିବାର ଆଶଙ୍କା ମଧ୍ୟ ରହିଥିବା ବିଶେଷଜ୍ଞମାନେ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନ୍ୟ ଅଞ୍ଚଳ ତୁଳନାରେ ଏହି ଦୁଇ ନଦୀ ଅବବାହିକା ଅଞ୍ଚଳରେ ୬ ଗୁଣା ଅଧିକ ରହିବ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories