www.samajalive.in
Friday, December 5, 2025
26.1 C
Bhubaneswar

ଏସସିବିରୁ ଧରାହେଲେ ୪ ରକ୍ତ ଦଲାଲ

କଟକ : ରକ୍ତ ଯୋଗାଇବା ଆଳରେ ରୋଗୀ ଏବଂ ସମ୍ପର୍କୀୟଙ୍କଠାରୁ ଟଙ୍କା ଠକି ନେଉଥିବା ୪ଜଣ ଦଲାଲଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିଡାନାସୀ ନୂଆସାହିର ନିଖିଲ ସେନାପତି, ଆଠଗଡ଼ କରିକମଳର ନେତାଜୀ ଦାସ ଓରଫ ଲକି , ଢେଙ୍କାନାଳ ଟାଉନ ଥାନା କାଠଗଡ଼ା ଅଞ୍ଚଳର ସୁଜିତ କୁମାର ପଣ୍ଡା ଓ ରାଣୀହାଟ ଗୋପାଳ ସାହିର ଅଜୟ ମହାପାତ୍ର । ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକ ଥିବା ଡାକ୍ତର କହିଥିଲେ। ରୋଗୀର ସମ୍ପର୍କୀୟ ରକ୍ତ ଆଣିବା ଲାଗି ଡାକ୍ତରଖାନା ପରିସରସ୍ଥ ରକ୍ତ ଭଣ୍ଡାରକୁ ଯାଇଥିଲେ। ସେଠାରେ ଛିଡା ହୋଇଥିବା ଦୁଇ ଯୁବକ ତାଙ୍କୁ ରକ୍ତ ଯୋଗାଇଦେବେ ବୋଲି କହିଥିଲେ। ଏଥିପାଇଁ ଜଣେ ରକ୍ତଦାତା ତଥା ୟୁନିଟ ପିଛା ୧୫ଶହ ଟଙ୍କା ହିସାବରେ ରକ୍ତ ଦେବେ ବୋଲି ସେମାନେ ତାଙ୍କୁ କହିଥିଲେ। ଟଙ୍କା ମୂଲଚାଲ ଚାଲିଥିବା ବେଳେ ଖବର ପାଇ ଫାଣ୍ଡି ପୁଲିସ ଚଢ଼ଉ କରି ୪ ଜଣଙ୍କୁ କାବୁ କରିନେଇଥିଲା। ସେମାନେ ରକ୍ତ ଯୋଗାଇ ଦେବା ଆଳରେ ଦଲାଲି କରୁଥିବା ସ୍ୱୀକାର କରିଥିଲେ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories