www.samajalive.in
Monday, December 8, 2025
14.1 C
Bhubaneswar

ନ୍ୟାସନାଲ ହେରାଲ୍ଡ ଖାଲି କରିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳ ସହ ଅନୁବନ୍ଧିତ ତଥା ପ୍ରକାଶନ ସଂସ୍ଥାର ମୁଖ୍ୟାଳୟକୁ ଖାଲି କରିବାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ନ୍ୟାସାନଲ ହେରାଲ୍ଡର ମାଲିକାନା ଆସୋସିଏଟେଡ ଜର୍ନାଲ ଲିମିଟେଡ଼ ପାଖରେ ରହିଛି। ଏହି ମାଲିକାନା ସଂସ୍ଥା ୩୦ଅକ୍ଟୋବରରେ ସରକାରଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। ୫୬ବର୍ଷର ପ୍ରକାଶନ ସଂସ୍ଥା ଏବେ ଚାଲିଥିବାବେଳେ ଏହାକୁ ଖାଲି କରିବା ପ୍ରଚ୍ଛଦରେ କେଉଁ କାରଣ ରହିଛି ବୋଲି ମାଲିକାନା ସଂସ୍ଥା ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୂମି ଓ ଉନ୍ନୟନ କାର୍ଯ୍ୟାଳୟ(ଏଲ ଆଣ୍ଡ ଡିଓ) କୋର୍ଟରେ ଉତ୍ତର ରଖାଯାଇଥିଲା। ଦୀର୍ଘ ୧୦ବର୍ଷ ମଧ୍ୟରେ ନ୍ୟାସନାଲ ହେରାଲ୍ଡ ମୁଖ୍ୟାଳୟରେ କୌଣସି ପ୍ରକାଶନ ହୋଇନଥିଲା। ବରଂ ଉକ୍ତ ମୁଖ୍ୟାଳୟକୁ ବ୍ୟବସାୟିକ ଭିତ୍ତିରେ ବ୍ୟବହାର କରାଯାଉଥିଲା। ଏହି ପ୍ରକ୍ରିୟା ଚୁକ୍ତିକୁ ଅବମାନନା କରୁଥିବାରୁ ସରକାରଙ୍କ ପକ୍ଷରୁ ଉକ୍ତ ଚୁକ୍ତିକୁ ବାତିଲ କରି ଦିଆଯାଇଛି।
ନ୍ୟାସନାଲ ହେରାଲ୍ଡ ମୁଖ୍ୟାଳୟକୁ ଖାଲି କରିବା ନିର୍ଦେଶ ଏହି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଛି। ବିଜେପି ଏହାକୁ ଏକ ଦୁର୍ନୀତି ବୋଲି ଦର୍ଶାଇବା ସହ କଂଗ୍ରେସ ଓ ଗାନ୍ଧି ପରିବାର ମଧ୍ୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲା।
ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୯୦କୋଟିର ଏହି ସଂସ୍ଥାକୁ ଗାନ୍ଧି ପରିବାର ଶାଗମାଛ ମୂଲ୍ୟରେ କିଣି ନେଇ ବଡ଼ ଧରଣର ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନ୍ୟାସନାଲ ହେରାଲ୍ଡର ପ୍ରତିଷ୍ଠା କରିଥିଲେ। ୨୦୦୮ରେ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାରୁ ନ୍ୟାସନାଲ ହେରାଲ୍ଡକୁ ବନ୍ଦ କରି ଦିଆଯାଇ ଥିଲା। କଂଗ୍ରେସ ଦଳ ଓ ଗାନ୍ଧି ପରିବାର ସ୍ୱଳ୍ପ ମୂଲ୍ୟରେ ଏହି କ୍ଷତିକୁ ଭରଣ କରି ହଜାରେ କୋଟିର ସଂସ୍ଥାକୁ ଆତ୍ମସାତ କରିଥିବା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories