www.samajalive.in
Saturday, December 13, 2025
26.1 C
Bhubaneswar

ପିଏଫ୍‌‌ ଆକାଉଣ୍ଟରୁ ଟଙ୍କା ଉଠାଇଲେ ଦେବେ ଟିକସ: ଜାଣନ୍ତୁ କାହିଁକି

ସମାଜ ଡିଜିଟାଲ ଡେସ୍କ:୨୦ରୁ ଅଧିକ କର୍ମଚାରୀ ନିୟୋଜିତ ରହିଥିବା କମ୍ପାନୀ ପାଇଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠିତ(ଇପିଏଫଓ)ରେ ପଞ୍ଜୀକୃତ ହେବା ଜରୁରୀ। ବଡ ବଡ କମ୍ପାନୀ ହେଉ କି ସରକାରୀ ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପିଏଫ୍‌‌ ଆକାଉଣ୍ଟ କଟିଥାଏ। ଯେତେବେଳେ ଜଣେ ବ୍ୟକ୍ତି ଚାକିରି ଆରମ୍ଭ କରେ ସେ ଇପିଏଫଓରୁ ଏକ ୟୁନିଭର୍ସାଲ୍‌‌ ଆକାଉଣ୍ଟ ନମ୍ବର ପାଇଥାଏ। କମ୍ପାନୀର ନିଯୁକ୍ତିଦାତା ଏହି ୟୁଏଏନ୍‌‌ ଅଧୀନରେ ଏକ ପିଏଫ୍‌‌ ଆକାଉଣ୍ଟ ଖୋଲିଥାନ୍ତି। ଆପଣ ଏବଂ ଆପଣଙ୍କ କମ୍ପାନୀ ଉଭୟ ଏହି ଆକାଉଣ୍ଟରେ ପ୍ରତି ମାସ ଅର୍ଥ ଜମା କରିଥାନ୍ତି। ଅନେକ ଜଣ ବିଶ୍ୱାସ କରନ୍ତି ଯେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇଲେ କୌଣସି ଟିକସ ଦେବାକୁ ପଡିନଥାଏ। କିନ୍ତୁ ଏହା ସତ୍ୟ ନୁହେଁ। କେତେକ କ୍ଷେତ୍ରରେ ଆପଣଙ୍କୁ ପିଏଫ ଆକାଉଣ୍ଟରେ ଟଙ୍କା ଉଠାଇଲେ ଟିକସ ଦେବାକୁ ପଡେ।

ପିଲାଙ୍କୁ ଫୋନ୍‌‌ ଦେବା ପୂର୍ବରୁ ସାବଧାନ! ଏହି ଉପାୟ ଆପଣାନ୍ତୁ ୟୁଟ୍ୟୁବରେ ଦେଖିବେନି ଖରାପ ଭିଡ଼ିଓ


ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଇପିଏଫରେ ଟଙ୍କା ଡିପୋଜିଟ୍‌‌ ପରେ ଏହି ରାଶି ଉଠାଇବାକୁ ଚାହାଁନ୍ତିି ତେବେ କୌଣସି ଟିକସ ଦେବାକୁ ପଡିବ ନାହିଁ। କିନ୍ତୁ ଏହି ୫ବର୍ଷ ପର୍ଯ୍ୟନ୍ତ ଆପଣ ଗୋଟିଏ କମ୍ପାନୀରେ ରହି କାମ କରିଛନ୍ତି ନା ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଗୋଟିଏ କମ୍ପାନୀରେ ୫ବର୍ଷ ରହି କାମ କରିନାହାଁନ୍ତି ଏବଂ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶି ଉଠାଉଛନ୍ତି, ତେବେ ଆପଣଙ୍କୁ ଟିକସ ଦେବାକୁ ପଡିବ। ଏହି ସମୟ ମଧ୍ୟରେ କିଛି ଜରୁରୀ ପରିସ୍ଥିତିରେ ଟିକସ ଛାଡ ହୋଇପାରେ। ଯେପରିକି ସ୍ୱାସ୍ଥ୍ୟଗତ ସମସ୍ୟା, ଚାକିରି କରୁଥିବା କମ୍ପାନୀ ବନ୍ଦ କିମ୍ବା ଅନ୍ୟ କୌଣସି କାରଣରୁ ବ୍ୟକ୍ତି ଯଦି ଚାକିରି ହରାଇଥାନ୍ତି ତେବେ କୌଣସି ଟିକସ ଦେବାକୁ ପଡିବ ନାହିଁ।

ମଝି ଆକାଶରେ ଧକ୍କା ହେଲା ୨ ନୌସେନା ହେଲିକପ୍ଟର, ୧୦ ମୃତ

- Advertisement -


କେବେ ଟିକସ ଦେବାକୁ ପଡେ: 
ଯଦି ଆପଣ ପାଞ୍ଚ ବର୍ଷ ପୂର୍ବରୁ ଟଙ୍କା ଉଠାଉଛନ୍ତି ତେବେ ଟିକସ ଦେବାକୁ ପଡିବ। ଯେଉଁ ବର୍ଷ ଆପଣ ପିଏଫ୍‌‌ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ସେହି ବର୍ଷ ହିଁ ଟିକସ ଦେବେ। କେହି ଜଣେ ଯଦି ୨୦୨୧-୨୨ ବର୍ଷରେ ପିଏଫ୍‌‌ ଆକାଉଣ୍ଟରୁ ଟଙ୍କା ଜମା କରିବା ଆରମ୍ଭ କରିଲେ ଏବଂ ୨୦୨୪-୨୫ ବର୍ଷରେ ଜମା ହୋଇଥିବା ରାଶି ଉଠାଇବାକୁ ଚାହାଁନ୍ତି ତେବେ ତାଙ୍କୁ ୨୦୨୪-୨୫ ବର୍ଷରେ ହିଁ ଟିକସ ଦେବାକୁ ପଡିବ। ଯେଉଁ ବର୍ଷରେ ଆପଣ ପିଏଫ୍‌‌ ଆକାଉଣ୍ଟ ଖୋଲିବେ ସେହି ବର୍ଷରେ ଆପଣଙ୍କର ମୋଟ ଆୟ ଉପରେ ଟ୍ୟାକ୍ସ ସ୍ଲାବ୍‌‌ ଅନୁଯାୟୀ ଟିକସ ଗଣନା କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories