ରୋଜଗାରର ପ୍ରଲୋଭନ ଦେଖାଇ ନାବାଳକ ପୁଅକୁ ଅପହରଣ ଅଭିଯୋଗ
ପାଟଣା : ତୁରୁମୁଙ୍ଗା ଥାନା ରେଙ୍ଗାଳବେଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁର ଭରତ ପାତ୍ର ଙ୍କ ୧୭ ବର୍ଷ ର ନାବାଳକ ପୁଅ କୁ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଭୁବନେଶ୍ୱର ନେଇ ସେଠାରୁ କୁଆଡେ ନେଇଯାଇଥିବା ନେଇ ନାବାଳକ ର ମା ସଞ୍ଜୁକ୍ତା ପାତ୍ର ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଟାଉନ ଥାନା ଶିରିଶପାଳ ଗାଁର ହେମନ୍ତ ଗିରି ଗତ ଫେବୃଆରୀ ମାସ ରୁ ତାଙ୍କ ପୁଅ କୁ କାମ ଦେବ କହି ଭୁବନେଶ୍ୱର ନେଇଥିଲା । ହେଲେ ଏବେ ପୁଅ ର କୌଣସି ଖୋଜ ଖବର ନମିଳିବା ରୁ ତୁରୁମୁଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଅଭିଯୋଗ ପରେ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।
Comments are closed.