www.samajalive.in
Sunday, December 14, 2025
19.1 C
Bhubaneswar

ରାସନ ସାମଗ୍ରୀ ଯୋଗାଇବା ପାଇଁ ଦାବି, ଶତାଧିକ ମହିଳାଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ 

ଫୁଲବାଣୀ :  କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ସୁମେରବନ୍ଧ ପଞ୍ଚାୟତରେ ଥିବା ୨ଟି ୱାର୍ଡ ୧୦ ଓ ୧୧ ବଜେଡି, ରିବିଲଦା, ଗାଗଡ଼ ପଦର,କଡାଉ, ସୁପଲା ଓ ଡଙ୍ଗେରି ସାହିର ଶତାଧିକ ମହିଳା ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରିବା ସହ ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ ଏହି ସୁମେର ବନ୍ଧ ପଞ୍ଚାୟତର ଦୁଇଟି ୱାର୍ଡର ପ୍ରାୟ ଦୁଇଶହରୁ ଅଧିକ ପରିବାର ଆଗରୁ ସାଡୀଙ୍ଗିଆ ପଞ୍ଚାୟତରେ ଥିବା ବେଳେ ରାସନ ସାମଗ୍ରୀ ଆଣିବା ପାଇଁ ତାଙ୍କୁ ସାଡୀଙ୍ଗିଆ ପଞ୍ଚାୟତ ପାଖ ହେଉଥିଲା। କିନ୍ତୁ ବର୍ତ୍ତମାନ ଏମାନଙ୍କୁ ପଞ୍ଚାୟତ ବିଭାଜନ ହେବାପରେ ସୁମେର ବନ୍ଧ ପଞ୍ଚାୟତରେ ସାମିଲ କରାଯାଇଛି। ଦୀର୍ଘଦିନ ଧରି ଏହି ଦୁଇଟି ୱାର୍ଡର ବାସିନ୍ଦା ମାନେ ସାଡୀଙ୍ଗିଆ ପଞ୍ଚାୟତରେ ସାମିଲ ହେବାପାଇଁ ବାରମ୍ବାର ଦାବି ମଧ୍ୟ୍ୟ ରଖି ଆସୁଥିବା ବେଳେ ବିଗତ ଦିନରେ ଏହି ଦାବିପାଇଁ ଭୋଟ ମଧ୍ୟ୍ୟ ବର୍ଜନ କରିସାରିଛନ୍ତି।
ଏହି ଦୁଇଟି ୱାର୍ଡରେ ଥିବା ଗାଁ ଗୁଡିକର ଦୂରତା ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟକୁ ମାତ୍ର ଦୁଇ କିଲୋମିଟର ହେଉଥିବା ବେଳେ ସୁମେର ବନ୍ଧ ପଞ୍ଚାୟତର ଦୂରତା ଦଶ କିଲୋମିଟରରୁ ଅଧିକ ହେଉଛି । ସୁମେର ବନ୍ଧ ପଞ୍ଚାୟତର ଦୂରତା ଅଧିକ ହେଉଥିବାରୁ ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ରାସନ ସାମଗ୍ରୀ ଆଣିବାକୁ ଯିବା ପାଇଁ ନହିନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭଯୋଗ କରିଛନ୍ତି ଏହି ମହିଳାମାନେ।
ଅନ୍ୟପଟେ ଆଗାମୀ ଦିନରେ ଏହି ଦୁଇଟି ୱାର୍ଡର ଦାବିକୁ ଯଦି ସରକାର ଗ୍ରହଣ କରି ପୁନର୍ବିଚାର ନକରନ୍ତି ତାହେଲେ ପୁଣି ଥରେ ଏହି ୱାର୍ଡର ବାସିନ୍ଦା ମାନେ ଆଗାମୀ ସାଧାରଣ ନିର୍ବାଚନରେ ଅସହଯୋଗ କରିବା ସହ ଭୋଟ ବର୍ଜନ କରିବେ ବୋଲି ମଧ୍ୟ୍ୟ ଚେତାବନୀ ଦେଇଛନ୍ତି। ସେପଟେ ୱାର୍ଡ ବାସିନ୍ଦାଙ୍କ ଏହି ସମସ୍ୟା ବିଷୟରେ ସ୍ଥାନୀୟ ବିଡ଼ିଓଙ୍କୁ ପଚାରିବରୁ ବର୍ତ୍ତମାନ ମଧ୍ୟ୍ୟ ସେମାନେ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟରେ ପିଡ଼ିଏସ ସାମଗ୍ରୀ ପାଉଛନ୍ତି। ଯଦି ସେମାନେ ସାଡୀଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟରୁ ପିଡ଼ିଏସ କିମ୍ଵା ଭତ୍ତା ପାଇବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କ ସହ ଆଲୋଚନା କରି ତାଙ୍କର ଦାବି ଉପରେ ଆଲୋଚନା କରି ସମଧାନ କରାଯିବ ବୋଲି କହିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories