କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଲୋହରା ସାହିରେ ରହି ଆସୁଥିବା ଜାଗାରାଓ ଜାମ୍ବପଦର ନିକଟସ୍ଥ ଆମ୍ବଗଛ ମୂଳରେ ଲୁହା କାମକରି ନିଜ ପରିବାର ପ୍ରତିପୋଷଣ କରୁଛି। ସେ ଜଣେ ଗରିବ ଲୋହରା ଆଦିବାସୀ ଜାଗାରାଓଙ୍କ ଦୁଇଟି ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ୮ବର୍ଷ ତଳେ ସ୍ତ୍ରୀ ଲାଚମୀ ଆରପାରିକୁ ଚାଲି ଯାଇଥିଲେ। ହେଲେ ସେହିଦିନ ଠାରୁ ନିଜ ମନବଳକୁ ଦୃଢ କରି ଛୋଟ ଛୋଟ ତିନି ପିଲାଙ୍କୁ ଧରି ଜାମ୍ବପଦର ଗ୍ରାମରେ ରହୁଛି। ଜାଗାରାଓ ଟାଙ୍ଗିଆ, ଶାବଳ, ଦାଆ, କଟୁରି ତିଆରି କରିବା ସହ ସେଗୁଡ଼ିକୁ ବିକ୍ରି କରିଥାନ୍ତି।
ଜାଗାରାଓଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାରଙ୍କ ଆବାସ ଯୋଜନାରେ ଖଣ୍ଡେ ଘର ମିଳିପାରିନାହିଁ। ଭତ୍ତା ଟଙ୍କାର ସୁବିଧା ପାଇନଥିବା ଅଭିଯାଗ କରିଛନ୍ତି। ଏହି ଗରିବ ଜାଗାରାଓକୁ ସରକାରଙ୍କ ପକ୍ଷରୁ ଘର କିମ୍ବା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।



