www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ୍ କାରର ବଜାର ଆଗାମୀ ୨ ବର୍ଷରେ ସମ୍ପୂର୍ଣ୍ଣ ବଦଳିଯିବ କାରଣ ବ୍ୟାଟେରୀ ଏବଂ ଚିପ୍ ଦାମ୍ ଲଗାତର ଖସିବାରେ ଲାଗିଛି । ୨୦୨୧ରେ ଏକ କିଲୋଓ୍ବାଟ ପାଓ୍ବର ବ୍ୟାଟେରୀ ପ୍ରାୟ ୧୩୦ ଡଲାର(୧୦,୮୫୦) ଥିଲା ଯାହା ୨୦୨୩ରେ ୧୦୦ ଡଲାର(୮,୩୫୦ ଟଙ୍କା)କୁ ଖସିଆସିଛି । ଆକଳନ ଅନୁସାରେ ୨୦୨୫ ସୁଦ୍ଧା ଏହା ହ୍ରାସ ପାଇ ୬୬୫୦ ଟଙ୍କା ହୋଇଯିବ ।

ଥରେ ଚାର୍ଜ କଲେ ୮୦୦ କି.ମି. ଯିବ ଏହି ଇଲେକ୍ଟ୍ରିକ୍ କାର୍, ଦାମ୍ ମାତ୍ର ଏତିକି…

- Advertisement -

ଏବେ ବଜାରରେ ୧୭ରୁ ୧୦୮ କେଡବ୍ଲୁଏଚ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଗାଡି ଦେଖିବାକୁ ମିଳୁଛି । ଇଲେକ୍ଟ୍ରିକ୍ ଗାଡିର ଦାମ୍ ୭୦ ପ୍ରତିଶତ କେବଳ ବ୍ୟାଟେରୀ ଉପରେ ହିଁ ନିର୍ଭର କରେ । ଏହି ଅନୁସାରେ ଯଦି ଆମେ ଆକଳନ କରିବା ତେବେ ୧୦ ଲକ୍ଷ ଟଙ୍କାର ଇଭି ଦାମ୍ ପ୍ରାୟ ସାଢେ ୮ ଲକ୍ଷ ଟଙ୍କା ହୋଇଯିବ । ଅନ୍ୟପଟେ ଦେଶରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ ହେଲେ ଏହି ଖର୍ଚ୍ଚ ଆହୁରି ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ । ଅର୍ଥାତ୍ ଗାଡି ଦାମ୍ ସାଢେ ୮ ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖସିଯିବ ।

ଏଭଳି ଗାଡି ଦେଖିବା ମାତ୍ରେ ଚାଲାଣ କାଟୁଛି ପୁଲିସ, ରୁହନ୍ତୁ ସତର୍କ…

ଭାରତରେ ଇଲେକ୍ଟ୍ରିକ୍ ଗାଡି ବଜାର ୨୦୨୫ ସୁଦ୍ଧା ପ୍ରାୟ ୬୦ ହଜାର କୋଟି ଟଙ୍କା ଉପରକୁ ଯିବା ଅନୁମାନ କରାଯାଉଛି । ଏହା ୨୦୨୩ରେ ୧୬,୭୦୦ କୋଟି ଟଙ୍କାରେ ରହିଥିଲା । ଅର୍ଥାତ୍ ଆଗାମୀ ୨ ବର୍ଷରେ ପ୍ରାୟ ୨୫୯ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories