www.samajalive.in
Monday, December 15, 2025
16.1 C
Bhubaneswar

ଭାରତୀୟ ପ୍ରଶାସନିକ ସେବା ଶିକ୍ଷା ନବିଶମାନଙ୍କର ଯୋଜନା ଓ ସଂଯୋଜନ ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୨ ବ୍ୟାଚର ୬ଜଣ ଓ ୨୦୨୩ ବ୍ୟାଚର ୮ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏଏସ ପ୍ରୋବେସନର) ଶନିବାର ଲୋକ ସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗଙ୍କୁ ସାକ୍ଷାତ କରିଥିଲେ।ଏହି ଅବସରରେ ଆଇଏଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କର ବିଭିନ୍ନ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।ଏଜେଣ୍ଡା-୨୦୩୦ର କାର୍ଯ୍ୟକାରିତା ଦିଗରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ତଥା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଆଲୋକପାତ କରିବା ସହ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ପ୍ରଶିକ୍ଷଣ ପରେ ଆଗାମୀ ଦିନରେ ବିଭିନ୍ନ ପଦପଦବୀରେ ନିଜର ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବାକୁ ଥିବାବେଳେ ନିରନ୍ତର ବିକାଶ ଲକ୍ଷ୍ୟ ରଖିସେମାନେ ଅନ୍ତର୍ଭୁକ୍ତିକରଣ, ସମାନତାର ନୀତିକୁ ବଜାୟ ରଖିବା ସହ ବିକାଶ ପ୍ରକ୍ରିୟାରେ କେହି ଯେପରି ପଛରେ ପଡ଼ି ନଯା’ନ୍ତି, ତାହାକୁ ଦୃଷ୍ଟିଦେଇ ହାରାହାରି ଓ ସାମଗ୍ରିକ ପ୍ରଗତିର ଆକଳନଠାରୁ ଆଗକୁ ବଢ଼ିବା ପାଇଁ ବିଭିନ୍ନସ୍ତରରେ ଥିବା ସବୁବର୍ଗର ଜନ ସଂଖ୍ୟାଗୋଷ୍ଠୀଙ୍କୁ ସାମିଲକରି ପ୍ରଗତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଏହାପୂର୍ବରୁଏହି ସମସ୍ତ ଆଇଏଏସ ପ୍ରୋବେସନର ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗରେ ନିର୍ମାଣ ନିଗମ ଲି. (ଓସିସିଏଲ) ତରଫରୁ ଆଗାମୀ ଲକ୍ଷ୍ୟ ଓ କାର୍ଯ୍ୟସଂପର୍କିତଏକ ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories