www.samajalive.in
Saturday, December 6, 2025
17.1 C
Bhubaneswar

ନୂଆ ରଣକୌଶଳ – ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ନବୀନ ଓ ପାଣ୍ଡିଆନ

ଡେସ୍କ: ପ୍ରଥମ ଦୁଇ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଘୋଷଣା କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା କାର୍ତ୍ତିକ ପାଣ୍ଡିଆନ। ମେ’ ୧୩, ୨୦, ୨୫ ଓ ଜୁନ୍ ୧ ତାରିଖରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ପାଣ୍ଡିଆନ ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁନାହାନ୍ତି। ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସମଧ୍ୟ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି। ଏହି ତାଲିକାରେ ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ରଶେଖର ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା,ସସ୍ମିତ ପାତ୍ର ଓ ପ୍ରତାପ କେଶରୀ ଦେବଙ୍କ ଭଳି ବହୁ ମନ୍ତ୍ରୀ ଓ ବରିଷ୍ଠ ବିଜେଡି ନେତା ରହିଛନ୍ତି। ଏହି ତାଲିକାରେ ଅଭିନେତ୍ରୀରୁ ରାଜ୍ୟସଭା ସାଂସଦ ପାଲଟିଥିବା ମୁଜିବୁଲା ଖାନଙ୍କ ସହ ୫ ଜଣ ମହିଳା ନେତ୍ରୀ ରହିଛନ୍ତି।

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

- Advertisement -

ବିଜେଡି ଷ୍ଟାର ପ୍ରଚାରକ ତାଲିକା –
୧) ନବୀନ ପଟ୍ଟନାୟକ (ସଭାପତି)
୨) କାର୍ତ୍ତିକ ପାଣ୍ତିଆନ
୩) ପ୍ରଣବ ପ୍ରକାଶ ଦାସ
୪) ଦେବୀ ପ୍ରସାଦ ମିଶ୍ର
୫) ରଣେନ୍ଦ୍ର ପ୍ରତାପ ସ୍ବାଇଁ
୬) ଚନ୍ଦ୍ରଶେଖର ସାହୁ
୭) ଅଶୋକ ଚନ୍ଦ୍ର ପଣ୍ଡା
୮) ସ୍ନେହାଙ୍ଗିନୀ ଛୁରିଆ
୯) ନିରଞ୍ଜନ ପୂଜାରୀ
୧୦) ପ୍ରତାପ ଜେନା
୧୧) ପ୍ରତାପ କେଶରୀ ଦେବ
୧୨) ଅତନୁ ସବ୍ୟସାଚୀ ନାୟକ
୧୩) ଡ଼. ଅରୁଣ କୁମାର ସାହୁ
୧୪) ପଦ୍ମନାଭ ବେହେରା
୧୫) ପ୍ରଦୀପ କୁମାର ଅମାତ
୧୬) ସୁବାସ ସିଂ
୧୭) ଡ଼. ସସ୍ମିତ ପାତ୍ର
୧୮) ମାନସ ରଞ୍ଜନ ମଙ୍ଗରାଜ
୧୯) ନିରଞ୍ଜନ ବିଶି
୨୦) ମମତା ମହାନ୍ତି
୨୧) ମୁଜିବୁଲ୍ଲା ଖାନ୍ (ମୁନା)
୨୨) ସୁଲତା ଦେଓ
୨୩) ରବୀନ୍ଦ୍ର କୁମାର ଜେନା
୨୪) ସରୋଜିନୀ ହେମ୍ବ୍ରମ
୨୫) ସୁଶାନ୍ତ ସିଂ
୨୬) ପ୍ରିତିରଞ୍ଜନ ଘଡ଼ାଇ
୨୭) ପ୍ରଣବ ବଳବନ୍ତରାୟ
୨୮) ଚିରଞ୍ଜିବ ବିଶ୍ବାଳ
୨୯) ରମେଶ ଚନ୍ଦ୍ର ମାଝୀ
୩୦) ସୁଧୀର କୁମାର ସାମଲ
୩୧) ଡ଼. ବ୍ୟୋମକେଶ ରାୟ
୩୨) ଦେବୀ ରଞ୍ଜନ ତ୍ରିପାଠୀ
୩୩) ବିଜୟ ନାୟକ
୩୪) ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର
୩୫) ସେକ୍ ନିଜାମୁଦ୍ଦିନ
୩୬) ଈଶ୍ବର ପାଣିଗ୍ରାହୀ
୩୭) ଅମରେଶ ଜେନା
୩୮) ଏଲିନା ଦାସ
୩୯) ସଞ୍ଜୟ କୁମାର ଦାସବର୍ମା
୪୦) ଏନ ଭାସ୍କର ରାଓ

ଏପ୍ରିଲ ୨୫ରୁ ଖରା ଛୁଟି, ୨୪ ପର୍ଯ୍ୟନ୍ତ ସାଢେ ଦଶଟା ଯାଏଁ ସ୍କୁଲ

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories