www.samajalive.in
Friday, December 5, 2025
23.1 C
Bhubaneswar

ଏପ୍ରିଲ ୨୫ରୁ ଖରା ଛୁଟି, ୨୪ ପର୍ଯ୍ୟନ୍ତ ସାଢେ ଦଶଟା ଯାଏଁ ସ୍କୁଲ

ଡେସ୍କ: ରାଜ୍ୟରେ କ୍ରମାଗତ ଭାବେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ଏବଂ ଅସହ୍ୟ ତାତିରେ ଯେଭଳି କୋମଳମତି ଛାତ୍ରଛାତ୍ରୀ ମାନେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ଅସୁବିଧାରେ ନ ପଡିବେ, ସେ ନେଇ ରାଜ୍ୟ ସରକାର ଚଳିତ ଏପ୍ରିଲ ୨୫ରୁ ଖରାଦିନ ଛୁଟି ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ ଏପ୍ରିଲ ୨୨ରୁ ୨୪ ପର୍ଯ୍ୟନ୍ତ ସକାଳ ୬.୩୦ରୁ ୧୦.୩୦ ଯାଏଁ ସ୍କୁଲରେ ପାଠପଢ଼ା ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ରାଜ୍ୟ ସରକାର।

ପୂର୍ବରୁ ଜୁନ ୧ରେ ଖରା ଛୁଟି ଘୋଷଣା କରାଯାଉଥିଲା ଓ ଶେଷ ରଜ ପର୍ବର ପରଦିନ ସ୍କୁଲ ଖୋଲୁଥିଲା। କିନ୍ତୁ କିଛି ବର୍ଷ ହେବ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ, ରାଜ୍ୟ ସରକାରଙ୍କୁ ପାଠପଢା ସମୟ ପରିବର୍ତ୍ତନ ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଛୁଟି ଘୋଷଣା କରିବାକୁ ପଡୁଛି।

- Advertisement -

ତେବେ ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories