www.samajalive.in
Friday, December 5, 2025
23.1 C
Bhubaneswar

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ; କେଜ୍ରିୱାଲଙ୍କୁ ବିନା ଚିକିତ୍ସାରେ ହତ୍ୟା କରିବାକୁ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌ରେ ଚିକିତ୍ସା ସେବା ନ ଯୋଗାଇ ହତ୍ୟା କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି। କେଜ୍ରିୱାଲ ନିଜର ଚିକିତ୍ସା ପାଇଁ ମଧୁମେହ ରୋଗ ବିଶେଷଜ୍ଞଙ୍କ ନିକଟକୁ ନେବାକୁ ବାରମ୍ବାର ଅନୁରୋଧ କରୁଥିବାବେଳେ ତାଙ୍କୁ ଏପର୍ଯ୍ୟନ୍ତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ନ ଥିବା ସୌରଭ କହିଛନ୍ତି।

ସୌରଭ ଏକ୍ସ(ପୂର୍ବରୁ ଟ୍ବିଟର୍‌)ରେ ଏକ ପୋଷ୍ଟ କରି କହିଛନ୍ତି ଯେ, କେଜ୍ରିୱାଲ ମଧୁମେହ ରୋଗରେ ପୀଡ଼ିତ। ତାଙ୍କୁ ଇନ୍‌ସୁଲିନ ଦେବା ପାଇଁ ମଧୁମେହ ବିଶେଷଜ୍ଞଙ୍କ ନିକଟକୁ ନେବାକୁ ବାରମ୍ବାର ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଆସୁଛନ୍ତି। କିନ୍ତୁ ତିହାର ଜେଲ୍‌ରେ ପର୍ଯ୍ୟାପ୍ତ ସଂଖ୍ୟକ ସ୍ବାସ୍ଥ୍ୟ ବିଶେଷଜ୍ଞ ଥିବାବେଳେ ବାହାରକୁ ଯିବା କ’ଣ ଦରକାର ବୋଲି ବିଜେପି ପକ୍ଷରୁ ଯୁକ୍ତି କରାଯାଇ ଆସୁଛି। ମାତ୍ର ଜେଲ୍‌ରେ କୌଣସି ମଧୁମେହ ବିଶେଷଜ୍ଞ ନାହାନ୍ତି ବୋଲି ସୌରଭ କହିବା ସହିତ କେଜ୍ରିୱାଲଙ୍କୁ ଚିକିତ୍ସା ନ ଯୋଗାଇ ଜେଲ୍‌ରେ ହତ୍ୟା କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ପ୍ରମାଣ ସ୍ବରୂପ ସେ ଏକ ଚିଠିକୁ ଏକ୍ସ’ରେ ପୋଷ୍ଟ କରିଛନ୍ତି, ଯେଉଁ ଚିଠିଟି ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏମ୍‌ସକୁ ଲେଖାଯାଇଛି। ଜେଲ୍‌ରେ ଜଣେ ମଧୁମେହ ବିଶେଷଜ୍ଞଙ୍କୁ ନିଯୁକ୍ତ କରିବା ଲାଗି ଚିଠିରେ ଏମ୍‌ସ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

- Advertisement -

ସୌରଭ କହିଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି ଯେ, ଜେଲ୍‌ରେ କୌଣସି ମଧୁମେହ ବିଶେଷଜ୍ଞ ନାହାନ୍ତି ଏବଂ କେନ୍ଦ୍ର ସରକାର ଜାଣିଶୁଣି କେଜ୍ରିୱାଲଙ୍କ ଚିକିତ୍ସାରେ ବିଳମ୍ବ କରୁଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories