www.samajalive.in
Monday, December 8, 2025
14.1 C
Bhubaneswar

ସମ୍ବଲପୁର ବିଜେପିରେ ମିଶଲେ ଶତାଧିକ ପୁରୁଷ ଓ ମହିଳା

ସମ୍ବଲପୁର: ସମ୍ବଲପୁର ଜିଲା କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ପଡାରୁ ଶତାଧିକ ମହିଳା, ପୁରୁଷ, ଯୁବକ, ଯୁବତୀ ବିଜେପିରେ ସାମିଲ ହୋଇଛନ୍ତି । ଜିଲା ସାଧାରଣ ସମ୍ପାଦକ ଅନିଲ ବେହେରାଙ୍କ ଦ୍ୱାରା ପରିଚାଳିତ ଏହି ମିଶ୍ରଣ ପର୍ବ କାର୍ୟ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ରହି ଦଳରେ ନୂତନ ଭାବେ ଯୋଗଦାନ ଦେଇଥିବା ସଦସ୍ୟ ସଦସ୍ୟାଙ୍କୁ ସ୍ୱ।ଗତ କରିଥିଲେ। ଶ୍ରୀ ମିଶ୍ରଙ୍କ ସମେତ ବରିଷ୍ଠ ବିଜେପି ନେତା ଡ଼. ପ୍ରମୋଦ ରଥ, ରାଜ୍ୟ ପ୍ୟାନେଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲା ଉପ ସଭାପତି ଫଣୀ ଭୂଷଣ ମିଶ୍ର ଓ ବିଧାୟକ ଙ୍କ କନ୍ୟା ସୁଶ୍ରୀ ଶୁଭଶ୍ରୀ ମିଶ୍ର ମଧ୍ୟ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସଦସ୍ୟ ସଦସ୍ୟାଙ୍କୁ ସ୍ୱାଗତ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories