nua o banner

ଭୋଟର ସଚେତନତା କାର୍ଯ୍ୟକ୍ରମ

BJD Bijuli 480×75 Mob

ସମ୍ବଲପୁର: ସମ୍ବଲପୁର ଜିଲା ଯାଦବ ସଂଘ ପକ୍ଷରୁ ସମ୍ବଲପୁର କଚେରୀ ଛକ ନିକଟରେ ଶନିବାର ସଂଧ୍ୟାରେ ଭୋଟର ଅଧିକାର ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଜିଲା ଯାଦବ ସଂଘ ସଭାପତି ଭୋଲା ଶଙ୍କର ମ଼ହତ୍ତମଙ୍କ ନେତୃତ୍ବରେ ଯାଦବ ସଂଘର ସବୁ ପ୍ରତିନିଧି ମାନେ ଲୋକଙ୍କୁ ଥଣ୍ଡା ସରବତ ଦେବା ସହ ଆଗାମୀ ନିର୍ବାଚନ ନେଇ ଜନଜାଗରଣ ସୃଷ୍ଟି କରିଥିଲେ। ବିଶେଷ କରି ମେ ମାସ ୨୫ ତାରିଖରେ ସମ୍ବଲପୁର ଜିଲାରେ ଭୋଟ ହେଉଥିବା ବେଳେ ସେଦିନ ଜନସାଧାରଣ ଯେପରି ଭୋଟଦାନ କେନ୍ଦ୍ରକୁ ଯାଇ ନିଜ ମତଦାନ ସାବ୍ୟସ୍ତ କରିବେ ସେ ନେଇ ଲୋକଙ୍କୁ ବୁଝା ଯାଇଥିଲା। ଏହି ଭୋଟର ସଚେତନତା କାର୍ୟ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଯାଦବ ସଂଘର ସବୁ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।

Comments are closed.