ପାଟଣା: କେନ୍ଦୁଝର ଲୋକସଭା ଆସନ ପାଇଁ ତ୍ରୀମୁଖୀ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି। କଂଗ୍ରେସ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିବା ପରେ ମଇଦାନରେ କେନ୍ଦୁଝର ଲୋକସଭା ପାଇଁ ବିଜେପିରୁ ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଜେଡିରୁ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ ଓ କଂଗ୍ରେସରୁ ଗତ ୨୦୧୯ରେ ପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟିକ ପ୍ରାର୍ଥୀ ଥିବା ଇଂ ବିନୋଦ ବିହାରୀ ନାଏକଙ୍କୁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାରେ ଦେଖିବାକୁ ମିଳିବ। ୨୦୨୪ ନିର୍ବାଚନ ମୁଖ୍ୟତ ବିଜେଡି ଓ ବିଜେପି ମଧ୍ୟରେ ହେଉଥିବା ଚର୍ଚ୍ଚା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ କଂଗ୍ରେସ ଏଥର ଉନ୍ନତ ପ୍ରଦର୍ଶନ କରିବା ଆଶା କରାଯାଉଛି। ଦଳ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଆନନ୍ଦପୁରରେ, ପୂର୍ବତନ ହୃଷୀକେଶ ନାଏକ ପାଟଣାରେ, ପ୍ରତିଭା ମଞ୍ଜରୀ ନାଏକଙ୍କ ଭଳି ଯୋଗ୍ୟ ନେତା ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଥିବାରୁ ଏଥର ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ଆଶା କରାଯାଉଛି।
Popular Categories



