www.samajalive.in
Sunday, December 7, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପାରଦ ଛୁଁଇଲା ୪୩

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଓ ଆଖ ପାଖ ଗ୍ରାମାଞ୍ଚଳରେ ଗତ ୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ଅନୁଭୂତ ହେଉଛି। ଗତ ସପ୍ତାହେ ହେଲା ପାରଦ ୪୦ଡିଗ୍ରୀ ଉପରେ ରହୁଥିବା ବେଳେ, ଗତକାଲି ଠାରୁ ପାରଦ ୪୩ଡିଗ୍ରୀରେ ପହଂଚିଛି। ଦିନ ୧୦ଟା ପରଠୁ  ସହରରେ ଅଘୋଷିତ କର୍ଫୁ ଲାଗିଲା ଭଳି ରାସ୍ତା ଘାଟ ପ୍ରାୟ ଶୂନଶାନ ଦେଖାଯାଉଛି। ପଶ୍ଚିମା ଝାଂଜି ପବନ ଲୂ ବୋହିବା ରୁ ଦେହରୁ ଜଳିଅ ଅଂଶ କମି ଯାଉଥିବା ବେଳେ, ମୁହଁ ଶୁଷ୍କ ଦେଖାଯାଉଛି। ଲୋକେ ଘରୁ ବାହାରିବ କଷ୍ଟକର ହୋଇପିଡ଼ିଛି। ରାତି ୮ପର୍ୟ୍ୟନ୍ତ ତାପ ମାତ୍ରା କମିବା ଦେଖାଯାଉନାହିଁ। ସବୁ କଥା କଂକ୍ରିଟ ରାସ୍ତା ସାଙ୍ଗକୁ ସିମେଣ୍ଟ ଇଟାବିଛା ହେଉଥିବାରୁ ତଳୁ ଉଷ୍ମତା ହେଇ ଆହୁରି ଗରମ ହେଉଛି।
ରାସ୍ତା ଚଉଡା, ତଥା ଉର୍ନତିକରଣ ନାଁ ରେ ରାସ୍ତା କଡ ଗଛ କାଟି ଦିଆଯାଇଥିବାରୁ ପଥ ଛାରି ଖରା ଦାଉରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେବାପାଇଁ ଅଧିକାଂଶ ରାସ୍ତା କଡରେ ଗଛଟିଏ ଦେଖାଯାଉ ନଥିବା ପରିବେଶବିତ ଘୋର ଚିନ୍ତା ପ୍ରକଟ କରିଛନ୍ତି। ଚଳିତ ବର୍ଷର ଏପ୍ରିଲ ମାସ ରୁ ରୌଦ୍ର ତାପରେ କଲବଲ ହେବାସହ ତାତି ବଢିବା ସହ ଗୁଲଗୁଲି ଅନୁଭୂତ ହେଉଛି।
ପାଣି ପାଗ ବିଭାଗ ସୂଚନା ଅନୁଯାଇ, ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣ ରେ ଜଳ ଛତ୍ର ଖୋଲିବା ସହ, ବିପୁଳ ପରିମାଣରେ ଓ ଆର ଏସ ପ୍ୟାକେଟ ମହାଯୁଜ ରଖିବାକୁ ନିର୍ଦେଶ ନାମା ଜାରି ରଖି ଥିବା ବେଳେ, ପ୍ରଶାସନ ତରଫରୁ ଠୋସ ପଦକ୍ଷପ ନିଆଯାଇ ନାହିଁ କି ସ୍ଥାନୀୟ  ପୌରାଞ୍ଚଳ ତରଫରୁ ଜଲଛତ୍ର ଖୋଲାଯିବା ପାଇଁ ପଦକ୍ଷେପନିଆ ଯାଇନାହିଁ ବୋଲି ଜନସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories