www.samajalive.in
Monday, December 8, 2025
14.1 C
Bhubaneswar

ରାତ୍ରି ପାଟ୍ରୋଲିଂ ବେଳେ ଦୁଇଲକ୍ଷରୁ ଅଧିକ ଟଙ୍କା ଜବତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡା ପୁଲିସ ତରଫରୁ ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ପାଇଁ  ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ରାତ୍ରି କାଳୀନ ପାଟ୍ରୋଲିଂ ଏବଂ ଯାନ ବାହାନ ଯାଞ୍ଚ ମଧ୍ୟ କଡାକଡ଼ି କରିଛି। ଖଜୁରୀପଡା ସ୍ଥିତ ଗଡ଼ପଦର ଠାରେ ନାକା ଗେଟ କରି ସବୁଦିନ ଜିଲା ଭିତରକୁ ଏବଂ ବାହାରକୁ ଯାଉଥିବା ସମସ୍ତ ଗାଡି ମୋଟର ଯାଞ୍ଚ ଚାଲିଥିବା ବେଳେ ଗତ ରାତି ଦୁଇଟା ବେଳେ ଏକ ଅଶୋକ ଲେଲ୍ୟାଣ୍ଡ ଡାଲା ଗାଡ଼ିରେ ଖଣ୍ଡପଡା ଅନଳାପାଟ୍ଟ ଅଞ୍ଚଳର ଚିତ୍ତରଞ୍ଜନ ସାହୁ ୨ ଲକ୍ଷ ୪ ହଜାର ୨୦୦ ଟଙ୍କା ନେଇ ଯାଉଥିବା ବେଳେ ଏହି ଟଙ୍କା କ’ଣ ପାଇଁ ନେଉଥିଲେ କୌଣସି ସଠିକ ଉତ୍ତର ଦେଇ ପାରିନଥିଲେ । ଫଳରେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଏବଂ ପୁଲିସ ଉକ୍ତ ଟଙ୍କା ଜବତ କରି ଜିଲା କୋଷାଗାରରେ ଦାଖଲ କରିଛନ୍ତି।

ଟଙ୍କା ଗଣନା ବେଳେ ଖଜୁରୀପଡା ଅତିରିକ୍ତ ତହସିଲଦାର ବ୍ରହ୍ମକ୍ଷନନ୍ଦ ଥାଟ୍ଟୀ ଉପସ୍ଥିତ ଥିଲେ।  ଏହାର ତଦନ୍ତ ଦାୟିତ୍ୱ ସବଇନ୍ସପେକ୍ଟର ଦିନବନ୍ଧୁ ପ୍ରଧାନ ନେଇଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଯାଞ୍ଚକୁ କଡାକଡ଼ି ଭାବେ କରିବା ସହ ବେଆଇନ ନିଶା କାରବାର, ଜୁଆଆଡା ଏବଂ ଅନେକ ଅସାମାଜିକ କାର୍ୟ୍ୟକଳାପକୁ ରୋକିବା ପାଇଁ ପୋଲିସ ତରଫରୁ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories