www.samajalive.in
Saturday, December 6, 2025
15.1 C
Bhubaneswar

ପତନିରେ ଜମୁଛି ପ୍ରସିଦ୍ଧ ରାମଲୀଳା ନାଟକ

କଳାପଥର(ବାଙ୍କୀ)):ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ରଘୁନାଥ ନାଟ୍ୟମଣ୍ଡପରେ  ଅନଙ୍ଗ ନରେନ୍ଦ୍ର ରଚିତ ରାମାୟଣ ଚଳିତ ବର୍ଷ  ରାମନବମୀ ରୁ ଆରମ୍ଭ ହୋଇଛି। ଏଠାରେ ପ୍ରସିଦ୍ଧ ରାମଲୀଲା ନାଟକ ୩ ଦିନଧରି ଅନୁଷ୍ଠିତ ହେଉଛି। ଏହି ନାଟକ ଆସନ୍ତା ୨୯ତାରିଖ ସୋମବାରରେ ଲକ୍ଷ୍ମଣ ଶକ୍ତିଭେଦ ଏବଂ ୩୦ ତାରିଖ ମଙ୍ଗବାର ପ୍ରସିଦ୍ଧ ରାବଣ ପୋଡି ମହୋତ୍ସବ ଓ ରାମ ଅଭିଷେକ ପରେ ଉଦଯାପିତ ହେବ। ରମାୟଣ କଥାମ୍ବୃତ, ତାଡକା ବଦ୍ଧ, ଶିବଧନୁ ଭଙ୍ଗ, ସୀତା ବିବାହ, ରାମ ବନବାସ, ସୀତା ଚୋରି, ବାଳି ବଧ, ଲଙ୍କା ପୋଡି, ଇନ୍ଦ୍ରଜିତ ବଧ, ଲକ୍ଷ୍ମଣ ଶକ୍ତି ଭେଦ, ରାବଣ ପୋଡି ଏବଂ ରାମଅଭିଷେକ ଆଦି ନାଟକରେ  ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା ପରିବେଷଣ କରାଯିବ. ଦଶରଥ, କୋଶଲ୍ୟା, କୈକେଇ, ସୁମିତ୍ରା,ରାମ, ଲକ୍ଷ୍ମଣ, ସୀତା, ହନୁମାନ, ବାଳୀ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ, ଇନ୍ଦ୍ରଜିତ, ତାଡକା, ଶ୍ରୁପଣଂକ୍ଷା, ମାୟାମୃଗ, ବିଶ୍ଵମିତ୍ର,ସବରୀ, ନାଉରିଆ, ସଖୀ ଆଦି ଆଦି ଅଶୁର ବେଶ ଧାରଣ କରି ନିଖୁଣ ଭାବେ ଅଭିନୟ କରୁଛନ୍ତି. ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ପତନୀ ରଘୁନାଥ ନାଟ୍ୟ ସଂସଦର ପ୍ରାୟ ୫୦କଳାକାର ନିଖୁଣ ଅଭିନୟରେ ଅଂଚଳ ରାମମୟ ହୋଇଛି। ନାଟକରେ ଅଭିନୟ କରିବାକୁ ହେଲେ କଳାକାର ଙ୍କ ସମେତ ଗ୍ରାମବାସୀ ନିଷ୍ଠାର ସହ ବ୍ରତ ଗ୍ରହଣ କରି ନୀତି ନିୟମରେ ରହିବାକୁ ପଡିଥାଏ।

ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସଂକଳ୍ପ, ନୂତନ ବସ୍ତ୍ର ପରିଧାନ ସହ ଦୈନିକ 3ଠାକୁର ବାଳକ, ଗୁରୁ, ହନୁମାନ କଲେଶୀ ସହ ହବିଷ ପାଳନ ମନ୍ଦିର ପ୍ରସାଦ ପଂକ୍ତି ଭୋଜନ କରିଥାନ୍ତି.ନାଟ୍ୟ ସମଣ୍ଡପ ରେ ହନୁମାନ ପ୍ରଭୁ  ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଙ୍କୁ ପରମ୍ପରା ଅନୁଯାୟୀ ପୂଜାପାଠ କରାଯାଏ। ଚଳନ୍ତି ପ୍ରତିମା ରୂପରେ ଗୁରୁଙ୍କ ସମେତ ବରିଷ୍ଠ କଳାକାର ଓ ଗ୍ରାମବାସୀ ମାନେ ପାଦ ଛୁଇଁ ପ୍ରଣାମ କରି ଆଶ୍ରିବାଦ ଗ୍ରହଣ କରିଥାନ୍ତି। ପରିଚାଳକ ବେଣୁଧର ବେହେରା, ପେଣ୍ଟି ମାଷ୍ଟର ହେମନ୍ତ କୁମାର ସାହୁ, ନିର୍ଦେଶକ ବନମାଳୀ ସାହୁ, କଳାକାର ସୁଶାନ୍ତ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ଗୁରୁବାରୀ ସାହୁ, ଡ଼ମ୍ବରୁ ସାହୁ,ଗୋପୀନାଥ ପଳେଇ, ଭିକାରି ସାହୁ, ଡୁଗୁ ସାହୁ, ରମେଶ କୁମାର ସାହୁ, ସୁରେଶ କୁମାର ସାହୁ, ସମ୍ପଦ ସାହୁ, ହୂରସିକେଶ ସାହୁ, ରାଜୀବ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଆସୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories