www.samajalive.in
Friday, December 5, 2025
23.1 C
Bhubaneswar

ନୋକିଆର ମାର୍କେଟ ସେୟାର ୪୦%ରୁ ୩ % ପ୍ରତିଶତକୁ ହ୍ରାସପାଇବାର କାରଣ – ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ -ଏକଦା ନୋକିଆ ଥିଲା ଲୋକପ୍ରିୟ ମୋବାଇଲ୍ ଫୋନ୍‌ । ଲୋକମାନେ ଆଖିବନ୍ଦ କରି ଏହାର ଉତ୍ପାଦ କିଣୁଥିଲେ । ସାରା ବିଶ୍ୱରେ ଏହାର ଚାହିଦା ଥିଲା । ଲୋକଙ୍କ ବିଶ୍ୱାସ ଥିଲା ନୋକିଆ ଫୋନ୍‌ ମାନେ ବହୁ ଭଲ ଫୋନ୍‌ । ଏହା ଅଧିକ ଦିନ ଚାଲିବ । ଲୋକଙ୍କ ବିଶ୍ୱାସ ଅନୁଯାୟୀ ନୋକିଆର ଅନେକ ଫୋନ୍‌ ବି ବେଶ୍‌ ଦୀର୍ଘ ଦିନ ପାଇଁ ଲୋକଙ୍କୁ ସେବା ଯୋଗାଇ ଦେଉଥିଲା । ନୋକିଆ ଏହାର ନୂଆ ଉତ୍ପାଦ ଅପେକ୍ଷାକୃତ ଅଳ୍ପ ଦାମ ଏବଂ ବିଶ୍ୱାସନିୟତା ପାଇଁ ପ୍ରସିଦ୍ଧ ଥିଲା । ସାରା ବିଶ୍ୱରେ ଅନେକ ଲୋକ ଏହାକ କି ପ୍ୟାଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ।

ମାତ୍ର ଧୀରେ ଧୀରେ ନୋକିଆ ଫୋନ୍‌ର ଚାହିଦା ହ୍ରାସ ପାଇଲା । ନୋକିଆକୁ ଅଧିଗ୍ରହଣ କରିଥିବା କମ୍ପାନୀ ଏବେ ଏହାର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି । ୩୦୦ ବିଲିୟନ ଆମେରିକୀୟ ଡଲାରରୁ ଏବେ ଏହା ୧୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି । ନୋକିଆର ମାର୍କେଟ ସେୟାର ୪୦%ରୁ ୩ % ପ୍ରତିଶତରେ ପହଞ୍ଚିଛି । କମ୍ପାନୀର କ୍ଷତି ବୃଦ୍ଧି ପାଇବା ପରେ ମାଇକ୍ରୋସଫ୍ଟ ଏହାର ଅଂଶଧନ ୭.୨ ବିଲିୟନ ଆମେରିକୀୟ ଡଲାରରେ କିଣିଥିଲା । #nokia ମାଇକ୍ରୋସଫ୍ଟର ଅପରେଟିଙ୍ଗ୍‌ ସଫ୍ଟଓ୍ୱାର ସହ ଅନେକ ଫୋନ୍‌ ମାର୍କେଟକୁ ଆସିଥିଲା ।

- Advertisement -

ମାତ୍ର ସାରା ବିଶ୍ୱରେ କି ପ୍ୟାଡ ଫୋନ୍‌ରୁ ଦ୍ରୁତ ଗତିରେ ସ୍ମାର୍ଟ ଫୋନ୍‌କୁ ପରିବର୍ତ୍ତିତ ହୋଇଥିଲା । ନୋକିଆ ସମୟ ସହ ତାଳ ଦେଇ ଚାଲି ପାରି ନଥିବା ଅନେକ ମାର୍କେଟ ବିଶେଷଜ୍ଞ କହିଛନ୍ତି । ଲୋକମାନେ ଫୋନ୍‌ରେ ଅନେକ ଫିଚର ଆବଶ୍ୟକ କରିଥିଲେ । ଆପଲ୍‌ର ଏବଂ ଆଣ୍ଡ୍ରଏଡ୍‌ ଫୋନ୍‌ର ଚାହିଦା ବୃଦ୍ଧି ପାଇଥିଲା । ବଦଳୁଥିବା ମାର୍କେଟ ଏବଂ ଟେକ୍ନୋଲଜି ଏବଂ ଆଭ୍ୟନ୍ତରୀଣ ବ୍ୟାପାର ଯୋଗୁଁ ନୋକିଆ ତାର ଲୋକପ୍ରିୟତା ହରାଇଛି ।


କେବଳ ନୋକିଆ ନୁହେଁ ବ୍ଲାକବେରୀ ଫୋନ୍‌ ବି ମାର୍କେଟରୁ ଏକ ପ୍ରକାର ଉଭେଇ ଯାଇଛି । ଭାରତରେ ଲୋକପ୍ରିୟତା ହାସଲ କରିଥିବା କାର୍ବନ ଏବଂ ଲାଭା ପରି କମ୍ପାନୀ ମଧ୍ୟ ତିଷ୍ଠି ପାରିନାହାନ୍ତି । ଏଥିପାଇଁ ସମୟ ଅନୁସାରେ ଟେକ୍ନୋଲଜିରେ ଆଗୁଆ ରହିବା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories