www.samajalive.in
Friday, December 5, 2025
23.1 C
Bhubaneswar

ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଲୋଡ଼ା ନାହିଁ: ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ସମାଲୋଚନା କରି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଆବଶ୍ୟକତା ନାହିଁ ବୋଲି ରାହୁଲ ଶନିବାର ବିହାରର ଭାଗଲପୁରରେ ଏକ ରାଲିରେ ଯୋଗଦେବା ଅବସରରେ କହିଛନ୍ତି।

ରାଲିକୁ ଉଦବୋଧନ ଦେଇ ରାହୁଲ କହିଥିଲେ, ଇଣ୍ତିଆ ମେଣ୍ଟ କ୍ଷମତାକୁ ଫେରିଲେ ତୁରନ୍ତ ଅଗ୍ନିବୀର ଯୋଜନାକୁ ଉଚ୍ଛେଦ କରାଯିବ । ଭାରତ ପାଇଁ ଦୁଇ ପ୍ରକାର ଶହୀଦଙ୍କ ଲୋଡ଼ାନାହିଁ । ଗୋଟିଏ ପ୍ରକାର ଶହୀଦ ଦରକାର । ସମସ୍ତେ ପେନ୍‌ସନ ପାଇବା ଉଚିତ । ଦୁଇଟି ଅଲଗା ପ୍ରକାର ଯବାନ ଦରକାର ନାହାନ୍ତି । ରାହୁଲଙ୍କ ଏପରି  ମନ୍ତବ୍ୟକୁ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ବିଜେପି ମୁଖପାତ୍ର ମନ୍‌ଜିନ୍ଦର ସିଂ ସିର୍ସା ଏହି ମନ୍ତବ୍ୟକୁ ଅତ୍ୟନ୍ତ ଅସମ୍ବେଦନଶୀଳ ବୋଲି କହିଛନ୍ତି । ସିର୍ସା କହିଛନ୍ତି, ଆମ ଯବାନ କାହିଁକି ଶହୀଦ ହେବେ। ଆମ ଯବାନମାନେ ଶତ୍ରୁର ଶିର ଚ୍ଛେଦନ କରନ୍ତି। ଆପଣ କାହିଁକି ଆମ ଯବାନଙ୍କୁ ଶହୀଦ କରିବାକୁ ଇଚ୍ଛୁକ ବୋଲି ସିର୍ସା ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି।

- Advertisement -

ତେବେ ଶନିବାର ରାଲିରେ ରାହୁଲ ଚଳିତ ନିର୍ବାଚନରେ ବିଜେପିର ସୀମିତ ସଫଳତା ନେଇ ଆକଳନ କରିଛନ୍ତି। ସ କହିଛନ୍ତି, ବିଜେପି ନେତାମାନେ କହୁଛନ୍ତି ଯେ, ଆମେ ଏଥର ଏତେ ଆସନରେ ଜିତିବୁ, ସେତେ ଆସନରେ ଜିତିବୁ। କିନ୍ତୁ ଏହି ଦଳ ୧୫୦ରୁ ଗୋଟିଏ ବି ଅଧିକ ଆସନ ପାଇବ ନାହିଁ। ଇଣ୍ଡିଆ ମେଣ୍ଟ କ୍ଷମତାକୁ ଫେରିଲେ ଅନେକ ପରିବର୍ତ୍ତନ ଅଣାଯିବ। କୃଷି ଋଣ ଛାଡ଼, ସର୍ବନିମ୍ନ ଟିକସ, ଆଶା ଏବଂ ଅଙ୍ଗନୱାଡ଼ି କର୍ମଚାରୀଙ୍କ ଦରମା ଦୁଇଗୁଣ କରାଯିବା ସହିତ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିଶ୍ଚିତ ରୂପେ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories