www.samajalive.in
Friday, December 5, 2025
23.1 C
Bhubaneswar

କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କଲେ ଅଜୟ କୁମାର

ଢେଙ୍କାନାଳ ସଦର: ଅଖିଳ ଭାରତୀୟ କଂଗ୍ରେସ କମିଟିର ମିଡିଆ ସଂଯୋଜକ ଅଜୟ କୁମାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ମୋଦି ସରକାର ଏବଂ ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗାନ୍ଧୀ ମନ୍ଦିରସ୍ଥିତ କଂଗ୍ରେସ ଜିଲା କାର୍ଯ୍ୟାଳୟରେ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିକ କରି ସେ କହିଲେ ଓଡିଶାର ବାସ୍ତବ ସ୍ଥିତି କଣ ଅଛି ଆପଣ ଜାଣିଛନ୍ତି। ରାଜ୍ୟରେ ୨୪ ବର୍ଷ ଶାସନରେ ୩୦/୪୦ ପ୍ରତିଶତ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ମଣିପୁରରେ ମହିଳାଙ୍କୁ ଯେପରି ଅସମ୍ମାନ କରାଯାଇଛି ତାହା ଭାରତକୁ ବିଶ୍ୱରେ ନିନ୍ଦିତ କରିଛି।

ସେ କହିଛନ୍ତି, ମୋଦି ସରକାରରେ ଦରଦାମ ବୃଦ୍ଧି, ବେରୋଜଗାର ବଢିଛି। ଏଥିରେ ପୁଣି ୪୦୦ ପାର କଥା କହୁଛନ୍ତି। ଏବେ ସମୟ ଆସିଛି ଅବକିବାର ତଡିପାର ବୋଲି ତାତ୍ସଲ୍ୟ କରିଛନ୍ତି ଅଜୟ କୁମାର। କଂଗ୍ରେସ କ୍ଷମତାରୁ ଯିବା ବେଳେ ଗ୍ୟାସ ଦାମ ୪୦୦ ଟଙ୍କା ଥିବା ବେଳେ ଏବେ ୧୨ ଶହ ଟଙ୍କାରେ ପହଞ୍ଚିଛି। ସବୁ ଜିନିଷର ଦାମ ୪ଗୁଣା ବଢିଛି। ମଧ୍ୟବିତ୍, ଗରିବ ପରିବାର ବଞ୍ଚିବ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories