ମନୀଷ ସିସୋଦିଆଙ୍କ ନିୟମିତ ଜାମିନ ଉପରେ ରାୟ ସଂରକ୍ଷିତ
ଡେସ୍କ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଅର୍ଥ ଠକେଇ ମାମଲାରେ ମନୀଷ ସିସୋଦିଆଙ୍କୁ ଗତବର୍ଷ ଗିରଫ କରାଯାଇଥିଲା। ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା କହିଛନ୍ତି ଯେ ଏହି ଆବେଦନ ଉପରେ ଏପ୍ରିଲ ୩୦ରେ ରାୟ ପ୍ରକାଶ ପାଇବ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ସହ ଜଡ଼ିତ ଉଭୟ ମାମଲାରେ ମନୀଷ ସିସୋଦିଆଙ୍କୁ ନିମ୍ନ ଅଦାଲତ, ଦିଲ୍ଲୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ। ଏହା ପୂର୍ବରୁ ସିସୋଦିଆ ନିର୍ବାଚନ ପ୍ରଚାର ପାଇଁ ପାଇଁ ରାଉଜ୍ ଆଭେନ୍ୟୁ ଅଦାଲତରୁ ଅନ୍ତରୀଣ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଥିଲେ।
ପାକିସ୍ତାନ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଧକ୍କା, ପ୍ରତିବନ୍ଧକ ଜାରି କଲା ଆମେରିକା
Comments are closed.