www.samajalive.in
Saturday, December 6, 2025
15.1 C
Bhubaneswar

ଚଳିତ ଶିକ୍ଷାବର୍ଷରୁ ଲୁଣିବାହାଲ ସ୍ଥିତ କିସରେ ହେବ ପାଠପଢ଼ା

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଲୁଣିବାହାଲଠାରେ କିସ (କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(ବୌଦ୍ଧ) ବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଶିକ୍ଷାବର୍ଷଠାରୁ ପାଠପଢ଼ା ଆରମ୍ଭ ହେବ। ଏଥିପାଇଁ ଅନଲାଇନ ନାମଲେଖା ପ୍ରକିୟା ଆରମ୍ଭ ହୋଇଯାଇଛି। ଉକ୍ତ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ଷଷ୍ଠ ପର୍ଯ୍ୟନ୍ତ କେବଳ ଛାତ୍ରୀମାନଙ୍କ ପାଇଁ ପାଠପଢ଼ା ସୁବିଧା ମିଳିବ। ପ୍ରତ୍ୟେକ ସେକସନରେ ୪୦ ଜଣ ପିଲା ପାଠ ପଢ଼ିବେ। ମୋଟ ୧୨ଟି ସେକସନ ପାଇଁ ୪୮୦ଜଣ ଛାତ୍ରୀ ମାଗଣାରେ ପାଠପଢ଼ିବା ସୁବିଧା ପାଇପାରିବେ। ଆଗକୁ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଏଠାରେ ପାଠପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ।ଏଥିପାଇଁ ସ୍କୁଲର ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିସାରିଛି।

ବୌଦ୍ଧ ଭଳି ଏକ ଅନୁନ୍ନତ ଜିଲ୍ଲାରେ କିସ ପକ୍ଷରୁ ଖୋଲାଯାଇଥିବା ଏକ ଶିକ୍ଷାନୁଷ୍ଠାନକୁ ନେଇ ଶିକ୍ଷାପ୍ରେମୀ, ଅଭିଭାବକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଗରିବ ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କିସ ଏବଂ କିଟରେ ପାଠପଢ଼ିବା ସୁଯୋଗ ମିଳିବ। ଏହା ପରିସରରେ ଶହେ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସପିଟାଲ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଜିଲ୍ଲାର ହରଭଙ୍ଗା ବ୍ଲକର ଲୁଣିବାହାଲଠାରେ କିସ ପକ୍ଷରୁ ସ୍କୁଲ ଏବଂ ମେଡିକାଲ ଖୋଲିବା ନେଇ ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories