BJD Bijuli 480×75 Mob

ପୁଲିସ ଡିଜିପି ଓ ଆଇଜି ସମ୍ମିଳନୀକୁ ଉଦ୍‍ଘାଟନ କଲେ ରାଜନାଥ

BJD Bijuli 480×75 Mob
0

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଗୁଜରାଟର ନର୍ମଦା ଜିଲ୍ଲାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ଠାରେ ସର୍ବଭାରତୀୟ ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକ ଓ ଆଇଜିମାନଙ୍କର ବାର୍ଷିକ ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି। ଆଇ.ବି., ସି.ଆଇ.ଡି., ସି.ବି.ଆଇ. ଓ ଏ.ଟି.ଏସ୍‍. ସମେତ ରାଜ୍ୟ ଘରୋଇ ବିଭାଗ ଗୁଡ଼ିକର ମୁଖ୍ୟ ଓ ସମସ୍ତ ସରକାରୀ ସୁରକ୍ଷା ସଂସ୍ଥାଗୁଡ଼ିକର ମୁଖ୍ୟମାନେ ଏହି ତିନିଦିନିଆ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ, ସୀମାପାର ଆତଙ୍କବାଦ ଓ ଯୁବକମାନଙ୍କୁ ମୌଳବାଦରେ ସାମିଲ କରିବା ଆଦି ପ୍ରସଙ୍ଗ ସମ୍ମିଳନୀର ମୁଖ୍ୟ ଆଲୋଚନାର ବିଷୟ ରହିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦୀ ଶୁକ୍ରବାରଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି।

Leave A Reply